ସାମାନ୍ୟ ବଚସାରୁ ମହିଳାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା | News Room Odisha

ସାମାନ୍ୟ ବଚସାରୁ ମହିଳାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

ବରଗଡ଼ : ପଦ୍ମପୁର ଉପଖଣ୍ଡ ପଦ୍ମପୁର ଥାନା ଲୋହାରପାଲି ପଂଚାୟତ ଅଧିନସ୍ଥ ଗମ୍ଭାରିଡ଼ିହି ଗାଁରେ ଜଣେ ମହିଳା ନଳକୂପକୁ ପାଣି ଆଣି ଯାଇଥିବା ସମୟରେ ସେହି ଗାଁର ଜଣେ ଯୁବକ ବିବାହିତା ମହିଳାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।

ସୂଚନା ମୁତାବକ ଗମ୍ଭାରୀ ଡ଼ିହି ଗାଁର ମଞ୍ଜୁଲତା ପଟେଲ ପାଣି ଆଣିବା ପାଇଁ ଘର ପାଖ ପାଣିକଳକୁ ଯାଇଥିଲେ। ପାଣିକଳ ପାଖରେ ସେହି ଗାଁର ଦେବାଶିଷ ବିଶ୍ୱାଳ ଗୋଟିଏ ଟାଙ୍ଗିଆ ଧରି ଛିଡା ହୋଇଥିଲା। ପାଣି ଟୋପେ ପାଇଁ ମଞ୍ଜୁଲତା ଓ ଦେବାଶିଷଙ୍କ ମଧ୍ୟରେ ବଚସା ହୋଇଥିଲା। ଏତିକିରେ ଦେବାଶିଷ ରାଗିଯାଇ ମଞ୍ଜୁଲତାକୁ ଟାଙ୍ଗିଆରେ ଆକ୍ରମଣ କରି ଅତି ନିର୍ମମ ଭାବେ ହତ୍ୟା କରିଛି। ଘଟଣାସ୍ଥଳରେ ପଦ୍ମପୁର ପୋଲିସ ପହଂଚି ମୃତଦେହ ଜବତ କରି ଅଧିକ ତଦନ୍ତ ଚଳାଇଛି। ବ୍ୟବଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ପଦ୍ମପୁର ପୋଲିସ ସୂଚନା ଦେଇଛି।