ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁର ତଦନ୍ତ ଆରମ୍ଭ, ବଲାଙ୍ଗୀରରେ ପହଞ୍ଚିଲେ ଏନଏଚଆରସି ଟିମ୍ | News Room Odisha

ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁର ତଦନ୍ତ ଆରମ୍ଭ, ବଲାଙ୍ଗୀରରେ ପହଞ୍ଚିଲେ ଏନଏଚଆରସି ଟିମ୍

ବଲାଙ୍ଗୀର : ଡାକ୍ତରୀ ଛାତ୍ର ନିଶାନ୍ତଙ୍କ ମୃତ୍ୟୁର ତଦନ୍ତ ପାଇଁ ବଲାଙ୍ଗୀରରେ ପହଞ୍ଚିଲେ ଏନଏଚଆରସି ଟିମ୍ । ସେମାନେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜରେ ପହଞ୍ଚି ଟିମ୍ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିଲା । ତିନି ଜଣିଆ ଟିମ୍ ଛାତ୍ରଙ୍କ ମୃତ୍ୟୁକୁ ନେଇ ତଦନ୍ତ କରିବ । କଲେଜ ଡିନ୍‌ଙ୍କଠାରୁ ଆରମ୍ଭ କରି ଏଚଓଡି, ସହପାଠୀ, ଷ୍ଟାଫ୍ ସହ ଆଣ୍ଟି ର୍ୟାଗିଂ ସେଲ୍ ଓ ଟିମ୍‌କୁ ମଧ୍ୟ ଏହି ଟିମ୍ ପଚରାଉଚରା କରିବ । ଟିମ୍‌ରେ ବିମଲଜୋତି ଉପଲ, ମାଧବା ନନ୍ଦ ରାଉତ ଓ ଚନ୍ଦ୍ର ଶେଖର ସାମିଲ ଅଛନ୍ତି । ତଦନ୍ତ କଲେଜରୁ ଆରମ୍ଭ କରାଯାଇଥିବା ବେଳେ ହଷ୍ଟେଲ ସହ ବିଭିନ୍ନ ଦିଗକୁ ନେଇ ଟିମ୍ ତଦନ୍ତ କରିବ ।