ଲାଞ୍ଚ ନେଉଥିବା ବେଳେ ପିଇଓଙ୍କୁ ମାଡ଼ି ବସିଲା ଭିଜିଲାନ୍ସ | News Room Odisha

ଲାଞ୍ଚ ନେଉଥିବା ବେଳେ ପିଇଓଙ୍କୁ ମାଡ଼ି ବସିଲା ଭିଜିଲାନ୍ସ

ବ୍ରହ୍ମପୁର – ଲାଞ୍ଚ ନେଉଥିବା ବେଳେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଧରିଲା ଭିଜିଲାନ୍ସ । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକ ତୁରୁବୁଡି ପିଇଓ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପଞ୍ଚାୟତ ନିର୍ବାହୀ ଅଧିକାରୀ ରାଜେନ୍ଦ୍ର ବେହେରାଙ୍କୁ ଗିରଫ କରିଛି ଭିଜିଲାନ୍ସ । ପିଏମ୍ ଆବାସ ପାଇଁ ଶେଷ କିସ୍ତି ଜାରି କରିବାକୁ ଜଣେ ହିତାଧିକାରୀଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ରାଜେନ୍ଦ୍ରକୁ ମାଡ଼ି ବସିଥିବା ଭିଜିଲାନ୍ସ ।