ଓଏଏସ ସ୍ତରରେ ଅଦଳବଦଳ | News Room Odisha

ଓଏଏସ ସ୍ତରରେ ଅଦଳବଦଳ

ଭୁବନେଶ୍ୱର – ରାଜ୍ୟ ସରକାର ଆଜି ବରିଷ୍ଠ ଓଏଏସ ସ୍ତରରେ ଅଦଳବଦଳ କରିଛନ୍ତି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଗୃହ ବିଭାଗର ଅତିରିକ୍ତ ସଚିବ ବିଭୂତିଭୂଷଣ ମିଶ୍ରଙ୍କୁ କଟକ ଆରଡିସି କାର୍ଯ୍ୟାଳୟରେ ଅତିରିକ୍ତ ବନ୍ଦୋବସ୍ତ କମିଶନର ଭାବେ ବଦଳି କରାଯାଇଛି । ଗଜପତି ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ମହେଶ୍ୱର ଚନ୍ଦ୍ର ନାଏକଙ୍କୁ ମାଲକାନଗିରି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ବରିଷ୍ଠ ଓଏଏସ୍ ଅଫିସର ରୋମାଞ୍ଚଳ ଖମାରୀଙ୍କୁ ଗଜପତି ଜିଲ୍ଲା ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି । କେନ୍ଦୁଝର ଉପ ଜିଲ୍ଲାପାଳ ସୋନା ଟୁଡ଼ୁଙ୍କୁ କେନ୍ଦୁଝରର ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ଆନନ୍ଦପୁର ଉପଜିଲ୍ଲାପାଳ ଗୋପିନାଥ କୁଅଁରଙ୍କୁ ଯାଜପୁର ଉପଜିଲ୍ଲାପାଳ ଭାବେ ବଦଳି ହୋଇଛି । ଓଏଏସ୍ ଅନୀଲ କୁମାର ସେଠୀଙ୍କୁ ଆନନ୍ଦପୁର ଉପଜିଲ୍ଲାପାଳ, ସଞ୍ଜୟ କୁମାର ମିଶ୍ରଙ୍କୁ ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ଉପସଚିବ, ପ୍ରଭାତ କୁମାର ସାହୁଙ୍କୁ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନଙ୍କ ସଚିବ ଭାବେ ବଦଳି ହୋଇଛି ।