ସଡ଼କ ଦୁର୍ଘଟଣାରେ ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ମୃତ୍ୟୁ | News Room Odisha

ସଡ଼କ ଦୁର୍ଘଟଣାରେ ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ମୃତ୍ୟୁ

ଭୁବନେଶ୍ବର – ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ଆଜି ସକାଳେ ଏକ ସଡ଼କ ଦୁର୍ଘଟଣାରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା।
ରଥଯାତ୍ରାର ଖବର ସଂଗ୍ରହ ପାଇଁ ଅଶୋକ ପଣ୍ଡା ବାଇକରେ ପୁରୀ ଯାଉଥିବା ବେଳେ ସାତଶଙ୍ଖ ନିକଟରେ ତାଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା। ଘଟଣାସ୍ଥଳରେ ସେ ଛିଟିକି ହୋଇ ପଡ଼ିଥିଲେ। ସେଠାରୁ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦୈନିକ ଖବରକାଗଜ ‘ସମୟ’ ସହ ଦୀର୍ଘ ଦିନ ଧରି ଜଡ଼ିତ ଥିଲେ ଅଶୋକ । ଏହାଛଡ଼ା ସେ କେତେକ ଜାତୀୟ ସମ୍ବାଦପତ୍ର ପାଇଁ ବି କାର୍ଯ୍ୟ କରିଥିଲେ।