ଭୁବନେଶ୍ୱର ବରମୁଣ୍ଡାରେ ଜଳିଗଲା ବସ, ସବୁ ଯାତ୍ରୀ ସୁରକ୍ଷିତ | News Room Odisha

ଭୁବନେଶ୍ୱର ବରମୁଣ୍ଡାରେ ଜଳିଗଲା ବସ, ସବୁ ଯାତ୍ରୀ ସୁରକ୍ଷିତ

ଭୁବନେଶ୍ବର – ଭୁବନେଶ୍ୱର ବରମୁଣ୍ଡାରେ ଜଳିଗଲା ବସ୍ । ଫୁଲବାଣୀରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ଏକ ବସ୍‌ ଆଜି ସକାଳୁ ଦୁର୍ଘଟଣାଗ୍ରସ୍ତ ହୋଇ ସମ୍ପୂର୍ଣ୍ଣ ଜଳି ଯାଇଛି। ବସ୍‌ଟି ଏକ କଲଭର୍ଟ ବାଡ଼ରେ ପିଟି ହୋଇଯିବାରୁ ନିଆଁ ଲାଗିଯାଇଥିବା ଜଣାଯାଇଛି। ବସରେ ନିଆଁ ଲାଗିବା ପରେ କାଚ ଭାଙ୍ଗି ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ଦୁର୍ଘଟଣାରେ ୪ ଜଣ ଆହତ ହୋଇଛନ୍ତି । ବସରେ ନିଆଁ ଲାଗିବା ଖବର ପାଇ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି।