ଭୁବନେଶ୍ୱରରେ କୋଭିଡ ସଂକ୍ରମଣ ଚିନ୍ତାଜନକ ନୁହେଁ : ବିଏମସି କମିଶନର | News Room Odisha

ଭୁବନେଶ୍ୱରରେ କୋଭିଡ ସଂକ୍ରମଣ ଚିନ୍ତାଜନକ ନୁହେଁ : ବିଏମସି କମିଶନର

ଭୁବନେଶ୍ୱର – ଭୁବନେଶ୍ୱରରେ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିଲେ ହେଁ ତାହା ଚିନ୍ତାଜନକ ନୁହେଁ। ଆମକୁ ସତର୍କ ଓ ସଚେତନ ହୋଇ ମାର୍ଗଦର୍ଶିକାକୁ ଅନୁପାଳନ କରିବାକୁ ହେବ ବୋଲି ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି । ଲୋକଙ୍କ ସହଯୋଗ ଯୋଗୁଁ ଗତ ୩ଟି ଲହରକୁ ସଫଳତା ର ସହ ପ୍ରତିହତ କରାଯାଇଛି । ସଂକ୍ରମଣ ବୃଦ୍ଧିକୁ ରୋକିବାକୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ହସ୍ପିଟାଲରେ ଶଯ୍ୟା ସଂଖ୍ୟା ୨୫ରୁ ୯୦କୁ ବୃଦ୍ଧି କରାଯାଇଛି। ବର୍ତ୍ତମାନ ଦୈନିକ ମାତ୍ର ୧୫ରୁ ୧୬ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ଟେଷ୍ଟିଂ କ୍ଷେତ୍ରରେ ଲୋକେ ଅବହେଳା କରୁଛନ୍ତି। ଅଧିକ ଟେଷ୍ଟିଂ ଜରୁରୀ। ସମସ୍ତ ସରକାରୀ ହସ୍ପିଟାଲରେ ଟେଷ୍ଟିଂ ସୁବିଧା ଥିବାବେଳେ ଟୀକାକରଣ ଉପରେ ଗୁରୁତ୍ୱ ଦିଆଯାଇଛି। ବର୍ତ୍ତମାନ ସ୍ଥିତିରେ ଗୁରୁତର ରୋଗୀଙ୍କୁ ଅଧିକ ସଚେତନ ଓ ସତର୍କ ରହିବାକୁ ହେବ। ଜଣେ ବି ବ୍ୟକ୍ତିଙ୍କର ମୃତ୍ୟୁ ନହୁଏ ସେଥିପ୍ରତି ଧ୍ୟାନ ଦିଆଯାଉଛି। ଖୁବଶୀଘ୍ର ରେଳ ଷ୍ଟେସନ, ବସ ଷ୍ଟାଣ୍ଡ ଓ ବିମାନ ବନ୍ଦରରେ ଟେଷ୍ଟିଂ କରାଯିବ । ମାସ୍କ ପରିଧାନ, ସାମାଜିକ ଦୂରତା ରକ୍ଷା ବାଧ୍ୟତାମୂଳକ କରାଯାଇଛି ବୋଲି ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି ।