ରାଜ୍ୟରେ ଆଉ ୩୩୪ କୋରୋନା ଆକ୍ରାନ୍ତ ଚିହ୍ନଟ | News Room Odisha

ରାଜ୍ୟରେ ଆଉ ୩୩୪ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୩୪ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୧୯୫ ଓ ସ୍ଥାନୀୟ ଅଞ୍ଚଳରୁ ୧୩୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୮୭, କଟକରୁ ୭୦, ସମ୍ବଲପୁରରୁ ୭, ଜଗତସିଂହପୁରରୁ ୬, ନୂଆପଡ଼ାରୁ ୪, କୋରାପୁଟରୁ ୩, କଳାହାଣ୍ଡିରୁ ୩, ସୁନ୍ଦରଗଡରୁ ୩, ପୁରୀରୁ ୨, ଭଦ୍ରକରୁ ୨, ବାଲେଶ୍ଵରରୁ ୨, ଯାଜପୁରରୁ ୨, ମୟୂରଭଞ୍ଜରୁ ୨, ନୟାଗଡ଼ରୁ ୨, ପୁରୀରୁ ୨, ରାୟଗଡ଼ାରୁ ୧, ସୋନପୁରରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଷ୍ଟେଟପୁଲରୁ ୩୭ ମାମଲା ରିପୋର୍ଟ ହୋଇଛି ।
ରାଜ୍ୟରେ ମୋଟ କୋଭିଡ ଆକ୍ରାନ୍ତ ଙ୍କ ସଂଖ୍ୟା ୧୨ ଲକ୍ଷ ୯୧ ହଜାର ୧୧୭କୁ ବୃଦ୍ଧି କରାଯାଇଛି । ଏଥିରୁ ସୁସ୍ଥ ହୋଇଛନ୍ତି ୧୨ ଲକ୍ଷ ୮୦ ହଜାର ୨୪୩ ଆକ୍ରାନ୍ତ । ରାଜ୍ୟରେ ସକ୍ରିୟ ମାମଲା ସଂଖ୍ୟା ୧ ହଜାର ୬୯୫ରେ ପହଞ୍ଚିଛି ।