ଜାତୀୟ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରିତାରେ ଓଡ଼ିଶା ପ୍ରଥମ | News Room Odisha

ଜାତୀୟ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରିତାରେ ଓଡ଼ିଶା ପ୍ରଥମ

ନୂଆଦିଲ୍ଲୀ – ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା କାର୍ଯ୍ୟକାରିତାରେ ଓଡ଼ିଶା ଏକ ନମ୍ବର ରାଜ୍ୟ ହୋଇଛି । ଖାଦ୍ୟ ଓ ଖାଉଟି ବ୍ୟାପାର ମନ୍ତ୍ରାଳୟ ପକ୍ଷର ଜାରି ସର୍ବପ୍ରଥମ ରାଜ୍ୟ ମାନ୍ୟତା ସୂଚୀରେ ଏକ ନମ୍ବର ସ୍ଥାନରେ ରହିଛି ଓଡ଼ିଶା । ଏହି ତାଲିକାରେ ଉତ୍ତର ପ୍ରଦେଶ ପ୍ରଥମ ଓ ଆନ୍ଧ୍ର ପ୍ରଦେଶ ଦ୍ୱିତୀୟ ସ୍ଥାନରେ ରହିଛି । ୦.୮୩୬ ସ୍କୋର ସହ ତାଲିକାର ଶୀର୍ଷରେ ରହିଛି ଓଡ଼ିଶା । ସାରା ଦେଶରେ ଓଡ଼ିଶା ପ୍ରଦର୍ଶନ ସବୁଠୁ ଭଲ । ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସର୍ବସାଧାରଣ ବିତରଣ ମନ୍ତ୍ରୀ ପିୟୁଷ ଗୋଏଲ ଏନେଇ ଆଜି ସୂଚନା ଦେଇଛନ୍ତି । ଓଡିଶାର ଏହି ସଫଳତା ପାଇଁ ସବୁଆଡୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ଦୁଇ ଦଶନ୍ଧି ତଳେ ଓଡିଶା ଗରିବ ରାଜ୍ୟ ତାଲିକାରେ ଶୀର୍ଷରେ ରହୁଥିଲା । ହେଲେ ଆଜିର ସଫଳତା ସମସ୍ତ ଓଡିଆ ବାସୀଙ୍କ ପାଇଁ ଗର୍ବର ବିଷୟ।

ଖାଦ୍ୟ ସୁରକ୍ଷା ଆଇନ ଲାଗୁ କରିବାରେ ଓଡିଶା ନମ୍ବର ଏକ ରାଜ୍ୟ ହେବା ନିଶ୍ଚିତ ଭାବେ ଖୁସିର କଥା ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି । ଜଣେ କେହି ବି ଭୋକିଲା ରହିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହି ଆସିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ନିର୍ଦ୍ଦେଶକୁ ବିଭାଗ କାର୍ଯ୍ୟକାରୀ କରୁଛି ଆଉ କରିବ ମଧ୍ୟ। ସ୍ୱଚ୍ଛତା, ଗୁଣବତ୍ତାକୁ ଆଧାର ଭାବେ ନିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।