ଅଭିନେତ୍ରୀ ରଶ୍ମିରେଖାଙ୍କ ପରେ ବୟଫ୍ରେଣ୍ଡ୍ ସନ୍ତୋଷ ପାତ୍ରଙ୍କ ମଧ୍ୟ ଆତ୍ମହତ୍ୟା ! | News Room Odisha

ଅଭିନେତ୍ରୀ ରଶ୍ମିରେଖାଙ୍କ ପରେ ବୟଫ୍ରେଣ୍ଡ୍ ସନ୍ତୋଷ ପାତ୍ରଙ୍କ ମଧ୍ୟ ଆତ୍ମହତ୍ୟା !

ରାଉରକେଲା – ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ଆତ୍ମହତ୍ୟା ପରେ ତାଙ୍କ ପୁରୁଷ ବନ୍ଧୁ ସନ୍ତୋଷ ପାତ୍ରଙ୍କ ଝୁଲନ୍ତା ମୃତଦେହ ମିଳିଛି । ରାଉରକେଲା ବାସନ୍ତୀ କଲୋନୀରେ ଥିବା ନିଜ ଘରେ ସନ୍ତୋଷ ପାତ୍ରଙ୍କ ମୃତଦେହ ମିଳିଛି । ସେ ବେଡସିଟ ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତଦେହ ରାଉରକେଲା ସରକାରୀ ଡାକ୍ତରଖାନାର ମର୍ଗ ହାଉସ ରେ ରଖାଯାଇଛି। ଉଦିତନଗର ଥାନା ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ। ଘରେ ଵାପା ମା ଥିବା ବେଳେ ଗତକାଲି ରାତି ସାଢେ ୧୦ ଟା ସମୟରେ ସନ୍ତୋଷ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଗତମାସରେ ପ୍ରେମିକା ରଶ୍ମିରେଖାଙ୍କ ମୃତ୍ୟୁ ପରେ ସନ୍ତୋଷ ପାତ୍ର ମଧ୍ୟ ସନ୍ଦେହ ଘେରକୁ ଆସିଥିଲେ।