ରାୟଗଡ଼ା ଜିଲ୍ଲାରେ ବସ୍ ଦୁର୍ଘଟଣା, ଜଣେ ମୃତ, ୩୦ ଆହତ | News Room Odisha

ରାୟଗଡ଼ା ଜିଲ୍ଲାରେ ବସ୍ ଦୁର୍ଘଟଣା, ଜଣେ ମୃତ, ୩୦ ଆହତ

ରାୟଗଡ଼ା – ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ହାତୀଗୁମ୍ଫା ନିକଟରେ ଏକ ଯାତ୍ରୀବାହୀ ବସ ଓଲଟି ପଡିବାରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଏଥିରେ ୩୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୧୪ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି । ୪୦ ଜଣ ଯାତ୍ରୀଙ୍କୁ ନେଇ ବସଟି ପାରଳାଖେମୁଣ୍ଡି ରୁ ଉମରକୋଟ ଯାଉଥିଲା ।