ଏନ୍ଏସସିବି କଲେଜରେ ନେତାଜୀଙ୍କ ପୂର୍ଣ୍ଣ।ବୟବ ପ୍ରତିମୂର୍ତ୍ତି ସ୍ଥାପନ ଶିଳାନ୍ୟାସ ଏବଂ ସୁବର୍ଣ୍ଣ ଜୟନ୍ତୀ ଲଗୋ ଉନ୍ମୋଚିତ | News Room Odisha

ଏନ୍ଏସସିବି କଲେଜରେ ନେତାଜୀଙ୍କ ପୂର୍ଣ୍ଣ।ବୟବ ପ୍ରତିମୂର୍ତ୍ତି ସ୍ଥାପନ ଶିଳାନ୍ୟାସ ଏବଂ ସୁବର୍ଣ୍ଣ ଜୟନ୍ତୀ ଲଗୋ ଉନ୍ମୋଚିତ

ସମ୍ବଲପୁର: ସମ୍ବଲପୁରର ନେତାଜୀ ସୁବାଷ ଚନ୍ଦ୍ର ବୋଷ ମହାବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ମଙ୍ଗଳବାର ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପୂର୍ଣ୍ଣ।ବୟବ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଶିଳାନ୍ୟାସ ଏବଂ ସୁବର୍ଣ୍ଣ ଜୟନ୍ତୀ ଲଗୋ ଉନ୍ମୋଚିତ ହୋଇଛି I ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ତଥା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତୀତ/ ଇତିହାସ ବିନା ଭବିଷ୍ୟତ ଗଠନ ଅସମ୍ଭବ ବୋଲି କହିଥିଲେ I ବର୍ତ୍ତମାନର ଭିତ୍ତିଭୂମିକୁ ସୁଦୃଢ କରିବା ସହିତ ନେତାଜୀଙ୍କ ଜୀବନାଦର୍ଶନ ଉପରେ ଅନୁପ୍ରାଣିତ ହେବା ପାଇଁ ଶ୍ରୀ ଆଚାର୍ଯ୍ୟ ସମସ୍ତ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କରିଥିଲେ I ଜ଼ିଲ୍ଲା ପରିଷଦ ଅଧକ୍ଷ କୁମୋଦିନୀ ନାୟକ, ଅତିରିକ୍ତ ଜ଼ିଲ୍ଲାପାଳ ଉମାକାନ୍ତ ରାଜ, ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଧେଶିକା ପ୍ରଭାବତୀ ଗୁରୁ, ମହାବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ପାଳନ କମିଟି ଅଧକ୍ଷ ଅନିରୁଦ୍ଧ ପ୍ରଧାନ, କୋଷାଧକ୍ଷ ଜୟ ଶଙ୍କର ମିଶ୍ର, ଉପ ସଭାପତି ମନୋଜ ମହାପାତ୍ର ପ୍ରମୁଖ ସମ୍ମାନୀତ ଅତୀତ ଭାବେ ଯୋଗଦାନ କରିଥିଲେ I ଅଧ୍ୟାପକ ମାନେ ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ୱ ଦେବା ଏବଂ ଛାତ୍ର ଛାତ୍ରୀ ଶୃଙ୍ଖଳିତ ହେଲେ ବ୍ୟକ୍ତିତ୍ୱର ବିକାଶ ହୋଇଥାଏ ବୋଲି ଅତିଥି ଗଣ ମତ ପୋଷଣ କରିଥିଲେ I ମହାବିଦ୍ୟାଳୟର ଅଧକ୍ଷ ଦୁର୍ଲଭ ସା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଓଡିଆ ବିଭାଗ ଅଧ୍ୟାପକ ଡ଼ଃ ଶ୍ୟାମ ଭୋଇ ଅତିଥି ପରିଚୟ ପ୍ରଦାନ କରିଥିଲେ I ଏହି ଅବସରରେ ମୋ ମହାବିଦ୍ୟାଳୟ ଅଭିଯାନ ଉପଲକ୍ଷେ ସୁବର୍ଣ୍ଣ ଜୟନ୍ତୀ ପାଳନ କମିଟିର ଅଧକ୍ଷ ଅନିରୁଦ୍ଧ ପ୍ରଧାନ ଅର୍ଥ ରାଶି ଚେକ ପ୍ରଦାନ କରିଥିଲେ I ବାଣିଜ୍ୟ ବିଭାଗ ଅଧ୍ୟାପକ ଡ଼ଃ ବିଶ୍ୱ ମୋହନ ଜେନାଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ପୁରାତନ ଛାତ୍ର, ଅଧ୍ୟୟନ ରତ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ I ସଭା ପ୍ରାରମ୍ଭରେ ମହାବିଦ୍ୟାଳୟ ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା I ଶେଷରେ ମହାବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ସମାରୋହ କମିଟି ସାଧାରଣ ସମ୍ପାଦକ ହୀରାଲାଲ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ I