ମାଟ୍ରିକ ପରୀକ୍ଷାରେ ପାସ ହାର ୯୦ ଦଶମିକ ୫୫ ପ୍ରତିଶତ | News Room Odisha

ମାଟ୍ରିକ ପରୀକ୍ଷାରେ ପାସ ହାର ୯୦ ଦଶମିକ ୫୫ ପ୍ରତିଶତ

ଭୁବନେଶ୍ୱର – ପ୍ରକାଶ ପାଇଛି ମାଟ୍ରିକ୍‍ ପରୀକ୍ଷା ଫଳ। ଚଳିତ ବର୍ଷ ପାସ୍ ହାର ୯୦.୫୫% ରହିଛି। କଟକ ବୋର୍ଡ ଅଫିସରେ ଆନୁଷ୍ଠାନିକ ଭାବେ ରେଜଲ୍ଟ ପ୍ରକାଶ କରିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ସୂଚନା ଅନୁଯାୟୀ, ଚଳିତ ବର୍ଷ ମାଟ୍ରିକ୍‍ ପରୀକ୍ଷାରେ ୨, ୫୬, ୮୭୭ଜଣ ଛାତ୍ର ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏଥିସହ ଛାତ୍ରମାନଙ୍କ ପାସ୍ ହାର ୮୮.୭୭ ପ୍ରତିଶତ ରହିଛି। ସେହିପରି ୨, ୬୦, ୯୭୦ଜଣ ଛାତ୍ରୀ ପରୀକ୍ଷାରେ ଉତୀର୍ଣ୍ଣ ହୋଇଛନ୍ତି। ଏଥିସହ ଛାତ୍ରୀମାନଙ୍କ ପାସ୍ ହାର ୯୨.୩୭ ପ୍ରତିଶତ ରହିଛି।