ଦମ୍ପତିଙ୍କ ମୁହଁରେ ସ୍ପ୍ରେ ମାରି ଲୁଟ୍ ଉଦ୍ୟମ, ତିନି ଲୁଟେରା ଗିରଫ | News Room Odisha

ଦମ୍ପତିଙ୍କ ମୁହଁରେ ସ୍ପ୍ରେ ମାରି ଲୁଟ୍ ଉଦ୍ୟମ, ତିନି ଲୁଟେରା ଗିରଫ

ସୁବର୍ଣ୍ଣପୁର ୭।୭: ଉଲୁଣ୍ଡା ଥାନା କେଉଟିପାଲି ଛକ ନିକଟରେ ଦମ୍ପତିଙ୍କୁ ଅଭିନବ ଉପାୟରେ ଲୁଟ୍ ଉଦ୍ୟମ କଲେ ଲୁଟେରା । ଦମ୍ପତିଙ୍କ ମୁହିଁରେ ସ୍ପ୍ରେ ମାରି ଲୁଟ୍ ଉଦ୍ୟମ କରିଛନ୍ତି ଦୁର୍ବୃତ୍ତ । ପରେ ଦମ୍ପତି ପାଟିତୁଣ୍ଡ କରିବାରୁ ସ୍ଥାନୀୟ ଲୋକେ ଲୁଟେରାମାନଙ୍କୁ କାବୁ କରି ଉତ୍ତମ ମଧ୍ୟମ ଦେବା ସହ ପୋଲିସର ଜିମା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ସାରସମାଲ ଗାଁର ଗଣ୍ଡାରାମ ଭୋଇ ଓ ତାଙ୍କ ପତ୍ନୀ ସବିତା ଭୋଇ ସମ୍ବଲପୁରରୁ ବାଇକ୍ ଯୋଗେ ସୋନପୁର ଆସୁଥିଲେ । କେଉଟିପାଲି ଠାରେ ତିନି ଜଣ ଲୁଟେରା ହଠାତ ତାଙ୍କ ବାଇକ୍‌କୁ ଅଟକାଇ ମୁହଁରେ ସ୍ପ୍ରେ ମାରି ଲୁଟ୍ ଉଦ୍ୟମ କରିଥିଲେ ।

ଦମ୍ପତି ପାଟି କରିବାରୁ ଲୁଟେରାମାନେ ଫେରାର ହେବ ସମୟରେ ସ୍ଥାନୀୟ ଲୋକମାନେ ଲୁଟେରାମାନଙ୍କୁ କାବୁ କରିଥିଲେ । ପରେ ଲୁଟେରାମାନଙ୍କୁ ସ୍ଥାନୀୟ ଲୋକେ ଉଲୁଣ୍ଡା ପୋଲିସର ଜିମା ଦେଇଛନ୍ତି । ଉଲୁଣ୍ଡା ପୋଲିସ ତିନି ଜଣ ଲୁଟେରାଙ୍କୁ ଅଟକ ରଖି ତଦନ୍ତ ଅରମ୍ଭ କରିଛି। ଲୁଟେରାମାନେ ସୋନପୁର ଜିଲ୍ଲା ରାମପୁର ଅଞ୍ଚଳର ବୋଲି ଜଣାପଡିଛି ।