ରାଗିଂକୁ ରୋକିବା ନେଇ ସଚେତନ କଲେ ଜିଲ୍ଲାପାଳ | News Room Odisha

ରାଗିଂକୁ ରୋକିବା ନେଇ ସଚେତନ କଲେ ଜିଲ୍ଲାପାଳ

ବଲାଙ୍ଗୀର: ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଜିଲ୍ଲାପାଳ ଚଞ୍ଚଳ ରାଣା ଛାତ୍ରଛାତ୍ରୀଙ୍କୁ ରାଗିଂକୁ ନେଇ ସଚେତନ କରିଛନ୍ତି। ଏହା ସହିତ ସେ ରାଗିଂ ସମ୍ପର୍କିତ କଣ ଆଇନ ରହିଛି ଓ କିଭଳି ଦଣ୍ଡବିଧାନ ବ୍ୟବସ୍ଥାସେ ସବୁ ବୁଝାଇଥିଲେ।

ଜିଲ୍ଲାପାଳଙ୍କ ଏଭଳି ପଦକ୍ଷେପକୁସାଧାରଣରେ ବେଶ ପ୍ରଶଂସା କରାଯାଇଛି। ଏହା ପୂର୍ବରୁ ଜିଲ୍ଲାପାଳ ଭୀମ ଭୋଇ ମେଡିକଲ କଲେଜରେ ସଚେତନତା ଓ ଖପ୍ରାଖୋଲରେ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇ ଚର୍ଚ୍ଚାକୁ ଆସିଥିଲେl ଏବେ ଜିଲ୍ଲାପାଳ ଛାତ୍ରଛାତ୍ରୀଙ୍କ ମନୋବଳକୁ ବଢ଼ାଇବା ଓ ରାଗିଂକୁ ନେଇ ସଚେତନତା ସତର୍କତା ସୃଷ୍ଟି କରିବା ଭଳି ପଦକ୍ଷେପକୁ ଛାତ୍ରଛାତ୍ରୀମାନେ ପ୍ରଶଂସା କରିଛନ୍ତି। ଏନେଇ ବଲାଙ୍ଗୀର ଜିଲ୍ଲାପ୍ରଶାସନ ଟ୍ଵିଟର ଅଫିସିଆଲ ପେଜରେ ସିଏମଓ ଏବଂ ମୁଖ୍ୟ ଶାସନ ସଚିବଙ୍କୁ ସୂଚିତ ମଧ୍ୟ କରାଯାଇଛି ।