ନବୀନଙ୍କୁ ଭାଇ ସମ୍ବୋଧନ କରି ସମର୍ଥନ ଲୋଡ଼ିଲେ ରାଷ୍ଟ୍ରପତି ଓଡ଼ିଆ ପ୍ରାର୍ଥିନୀ ଦ୍ରୈପଦୀ ମୁର୍ମୁ | News Room Odisha

ନବୀନଙ୍କୁ ଭାଇ ସମ୍ବୋଧନ କରି ସମର୍ଥନ ଲୋଡ଼ିଲେ ରାଷ୍ଟ୍ରପତି ଓଡ଼ିଆ ପ୍ରାର୍ଥିନୀ ଦ୍ରୈପଦୀ ମୁର୍ମୁ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଏନଡିଏ ତରଫରୁ ଓଡ଼ିଆ ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୈପଦୀ ମୁର୍ମୁଙ୍କୁ ସ୍ବାଗତ କରିଛନ୍ତି। ଶୁକ୍ରବାର ଶ୍ରୀମତି ମୁର୍ମୁ ନିଜ ପ୍ରାର୍ଥିତ୍ବ ପାଇଁ ସମର୍ଥନ ଉଦ୍ଦେଶ୍ୟରେ ଓଡ଼ିଶା ଗସ୍ତରେ ଆସିଛନ୍ତି। ବିଧାନସଭାରେ ପହଞ୍ଚିବା ପରେ ଶ୍ରୀମତି ମୁର୍ମୁଙ୍କୁ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଉତ୍ସ୍ରସିତ ସ୍ବାଗତ ଜଣାଇଥିଲେ। ଉଲ୍ଲେଖଯୋଗ୍ୟ ଯେ ଓଡ଼ିଆ ଝିଅ ଶ୍ରୀମତି ମୁର୍ମୁ ମନ୍ଦିରେ ନବୀନ ପଟ୍ଟନାୟକଙ୍କୁ ରାଖୀ ବାନ୍ଧିଥିଲେ। ସେହି ମର୍ଯ୍ୟାଦା ରକ୍ଷା କରି ଓଡ଼ିଶା ବିଧାନସଭାରେ ଉଦବୋଧନ ବେଳେ ଶ୍ରୀମତି ମୁର୍ମୁ ଶ୍ରୀ ପଟ୍ଟନାୟକଙ୍କୁ ଭାଇ ବୋଲି ଉଦବୋଧନ କରିଥିଲେ। ବିଧାନସଭା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ପୈରୋହିତ୍ୟ କରିଥିଲେ। ସେଠାରେ ଶ୍ରୀମତି ମୁର୍ମୁ ଓ ବିଜେଡି ସଭାପତି ଦଳୀୟ ବିଧାୟକ ଓ ସାଂସଦଙ୍କୁ ଉଦବୋଧନ ଦେଇ ନିଜ ରାଷ୍ଟ୍ରପତି ପ୍ରାର୍ଥୀତ୍ବ ସପକ୍ଷରେ ସମର୍ଥନ ପାଇଁ ନିବେଦନ କରିଥିଲେ। ମୁଖ୍ୟମନ୍ତ୍ରୀ ପୁଣି ଥରେ ଓଡ଼ିଆ ପ୍ରାର୍ଥିନୀଙ୍କୁ ନିଜ ଦଳର ସମର୍ଥନ ଦୋହରାଇ ଥିଲେ।

ଏହା ପୂର୍ବରୁ ଭୁବନେଶ୍ୱର ବିମାନ ବନ୍ଦରରେ ମଧ୍ୟ ବିଜେଡି ତରଫରୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଶ୍ରୀମତି ମୁର୍ମୁ ଭାଇ ସମ୍ବୋଧନ ସହ ନବୀନ ପଟ୍ଟନାୟକଙ୍କ ନବୀନ ଭବନରେ ଆତିଥ୍ୟ ଗ୍ରହଣ କରି ଏକାଠି ମଧ୍ୟାହ୍ନ ଭୋଜନ କରିଥିଲେ।ଶ୍ରୀମତି ମୁର୍ମୁ ରାଜ୍ୟ ଅତିଥି ଭବନରେ ବିଜେପି ବିଧାୟକଙ୍କୁ ମଧ୍ୟ ଉପରୋକ୍ତ ମର୍ମରେ ଭେଟିଛନ୍ତି।