ଶ୍ରୀଲଙ୍କା ସଙ୍କଟ: ପ୍ରଧାନମନ୍ତ୍ରୀ ରାନିଲ୍ ବିକ୍ରମାସିଂଘେଙ୍କ ଇସ୍ତଫା | News Room Odisha

ଶ୍ରୀଲଙ୍କା ସଙ୍କଟ: ପ୍ରଧାନମନ୍ତ୍ରୀ ରାନିଲ୍ ବିକ୍ରମାସିଂଘେଙ୍କ ଇସ୍ତଫା

କଲମ୍ବୋ: ଶ୍ରୀଲଙ୍କାରେ ଜାରି ଆର୍ଥିକ ସଙ୍କଟ ଏବଂ ଜନ ଅସନ୍ତୋଷ ମଧ୍ୟରେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମାସିଂଘେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେପଟେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କ ଇସ୍ତଫା ଦାବିରେ ବିକ୍ଷୋଭକାରୀମାନେ ଜିଦ୍ ଧରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ମହିନ୍ଦା ରାଜପକ୍ଷେଙ୍କ ସ୍ଥାନରେ ରାନିଲ ବିକ୍ରମାସିଂଘେ ୧୨ ମଇରେ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ଵ ଗ୍ରହଣ କରିଥିଲେ।

ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ପୂର୍ବରୁ ବହୁ ସଂଖ୍ୟାରେ ବିକ୍ଷୋଭକାରୀମାନେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋତାବାୟା ରାଜପକ୍ଷେଙ୍କ ସରକାରୀ ବାସଭବନରେ ପଶି ଏହାକୁ କବଜାରେ ନେଇଥିଲେ। ଏହି ସମୟରେ ସୁରକ୍ଷା କର୍ମୀ ଏବଂ ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହି ସଂଘର୍ଷରେ ଦୁଇ ଜଣ ପୋଲିସ କର୍ମଚାରୀଙ୍କ ସମେତ ଅତି କମରେ ୩୦ ଜଣ ଆହତ ହୋଇଥିବା ଜଣାପଡିଛି। ବିକ୍ଷୋଭକାରୀ ଲୋକମାନେ ରାଜପକ୍ଷେଙ୍କ ଇସ୍ତଫା ଦାବି କରୁଛନ୍ତି। ପ୍ରବଳ ବିରୋଧ ମଧ୍ୟରେ ରାଷ୍ଟ୍ରପତି ରାଜପକ୍ଷେ କେଉଁଠି ଅଛନ୍ତି କିଛି ଜଣାପଡ଼ିନାହିଁ । ସେ ଦେଶ ଛାଡ଼ି ପଳାଇଥିବା ଚର୍ଚ୍ଚା ହେଉଛି ।