ବ୍ରହ୍ମପୁରର ଯୁବକଙ୍କୁ ହତ୍ୟା, ଜଣେ ଅଟକ | News Room Odisha

ବ୍ରହ୍ମପୁରର ଯୁବକଙ୍କୁ ହତ୍ୟା, ଜଣେ ଅଟକ

ବ୍ରହ୍ମପୁର: ସହର ଉପକଣ୍ଠ ତଥା ଦିଗପହଣ୍ଡି ଥାନା ଓ କୁକୁଡ଼ାଖଣ୍ଡି ବ୍ଲକ୍ ଅନ୍ତର୍ଗତ ଅନନ୍ତେଇ ନିକଟ ମହୁରିକାଳୁଆ ମନ୍ଦିର ରାସ୍ତାରୁ ରବିବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ମୁଣ୍ଡ ଓ ଛାତି ସମେତ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ହୋଇଛି। ମୃତ ଯୁବକ ଜଣକ ବ୍ରହ୍ମପୁର ଟାଉନ୍ ଥାନା ଅନ୍ତର୍ଗତ ଖଲାସି ସାହିର ଶିବ ବେହେରା ବୋଲି ଜଣାପଡ଼ିଛି। କୈଣସି ଧାରୁଆ ଅସ୍ତ୍ରରେ ତାଙ୍କୁ ବାରମ୍ବାର ହାଣି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ପୋଲିସ ଏହି ଘଟଣାରେ ସମ୍ପୃକ୍ତ ସନ୍ଦେହରେ ବ୍ରହ୍ମପୁରର ଜଣେ ଯୁବକଙ୍କୁ ଅଟକ ରଖି ତଦନ୍ତ ଚଳାଇଛି। ବ୍ରହ୍ମପୁର ଏସପି ଡ.ସରବଣ ବିବେକ ଏମ୍ ଘଟଣାସ୍ଥଳରେ ଅନୁଧ୍ୟାନ କରିଛନ୍ତି। ବ୍ୟକ୍ତିଗତ ଆକ୍ରୋଶରୁ ଏପରି ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ପୋଲିସ ସନ୍ଦେହ କରୁଛି।