ରାଜ୍ୟରେ ୫୭୨ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ | News Room Odisha

ରାଜ୍ୟରେ ୫୭୨ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ ଲଗାତର ଦ୍ୱିତୀୟ ଦିନ ଦୈନିକ କୋରୋନା ସଂକ୍ରମଣ ୫ ଶହ ଉପରେ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୭୨ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୬୯ ଜଣ ହେଉଛନ୍ତି ୧୮ ବର୍ଷରୁ କମ ବୟସ ବର୍ଗର ‌। ସଙ୍ଗରୋଧରୁ ୩୩୬ ଓ ସ୍ଥାନୀୟ ଅଞ୍ଚଳରୁ ୨୩୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୧୯,, କଟକରୁ ୬୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ରୁ ,୬୩, ସମ୍ବଲପୁରରୁ ୪୧, ମୟୁରଭଞ୍ଜରୁ ୧୬, ଯାଜପୁରରୁ ୧୫, ଅନୁଗୁଳରୁ ୧୪, ପୁରୀରୁ ୧୨, ବାଲେଶ୍ଵରରୁ ୧୨, ନୂଆପଡ଼ାରୁ ୮, ଜଗତସିଂହପୁରରୁ ୮, ଝାରସୁଗୁଡ଼ାରୁ ୬, ଗଜପତିରୁ ୫, କଳାହାଣ୍ଡିରୁ ୫, ନୟାଗଡ଼ରୁ ୫, କୋରାପୁଟରୁ ୪, କେନ୍ଦୁଝରରୁ ୩, ଭଦ୍ରକରୁ ୩, ସୋନପୁରରୁ ୩, ରାୟଗଡ଼ାରୁ ୨, ବଲାଙ୍ଗୀରରୁ ୨, ବରଗଡ଼ରୁ ୧, ବୈ।ଦ୍ଧରୁ ୧, କେନ୍ଦ୍ରାପଡ଼ାରୁ ୧ ପଜିଟିଭ ଚିହ୍ନଟ ହୋଇଛନ୍ତି । ଷ୍ଟେଟ ପୁଲରୁ ୫୩ ମାମଲା ରିପୋର୍ଟ ହୋଇଛି ।

ରାଜ୍ୟରେ ମୋଟ ପଜିଟିଭଙ୍କ ସଂଖ୍ୟା ୧୨ ଲକ୍ଷ ୯୪ ହଜାର ୭୬କୁ ବୃଦ୍ଧି ପାଇଥିବା ବେଳେ ସୁସ୍ଥ ହୋଇଛନ୍ତି ୧୨ ଲକ୍ଷ ୮୧ ହଜାର ୫୩୭ । ୩ ହଜାର ୩୬୦ ରୋଗୀ ଚିକିତ୍ସାଧୀନ ଅଛନ୍ତି ।