ବିଭିନ୍ନ ପ୍ରସଙ୍ଗକୁ ନେଇ ସାଂସଦ ନିରଞ୍ଜନ ବିଶିଙ୍କ ସହ ବଲାଙ୍ଗୀର ରେଳ ଉପଭୋକ୍ତା ସଂଘର ଆଲୋଚନା | News Room Odisha

ବିଭିନ୍ନ ପ୍ରସଙ୍ଗକୁ ନେଇ ସାଂସଦ ନିରଞ୍ଜନ ବିଶିଙ୍କ ସହ ବଲାଙ୍ଗୀର ରେଳ ଉପଭୋକ୍ତା ସଂଘର ଆଲୋଚନା

ବଲାଙ୍ଗୀର: ବିଭିନ୍ନ ସମସ୍ୟାକୁ ନେଇ ବଲାଙ୍ଗୀର ନାଗରିକ କମିଟି ଓ ରେଳ ଉପଭୋକ୍ତା ସଂଘର ସଭ୍ୟମାନେ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶିଙ୍କ ସହ ଆଲୋଚନା କରିଛନ୍ତି ।

ବିଶେଷ କରି ଜିଲ୍ଲାରେ ରେଳ ଗମନାଗମନ କ୍ଷେତ୍ରରେ ଥିବା ବିଭିନ୍ନ ସୁବିଧା, ଅସୁବିଧା ସଂପର୍କରେ ବିଶେଷ ଆଲୋଚନା ହେlଇଥିଲା । ସେହିପରି ବଲାଙ୍ଗୀର-ଖୋର୍ଦ୍ଧା ରେଳପଥ କାମକୁ ତ୍ୱରାନ୍ୱିତ କରି ବଲାଙ୍ଗୀରରୁ ସୋନପୁର ପର୍ଯ୍ୟନ୍ତ ରେଳ ଚାଳାଚଳ ଆରମ୍ଭ କରିବାକୁ ଦାବି କରାଯାଇଛି । ସମ୍ବଲପୁର-ପୁରୀ ଇଂଟରସିଟି ଏକ୍ସପ୍ରେସକୁ ବଲାଙ୍ଗୀର ଠାରୁ ଆରମ୍ଭ କରିବା, ସମ୍ବଲପୁର-ପୁରୀ ଇଂଟରସିଟି ଏକ୍ସପ୍ରେସକୁ ବଲାଙ୍ଗୀର ପର୍ଯ୍ୟନ୍ତ ସଂପ୍ରସାରଣ କରିବା, ଜାମ୍ମୁ – ତାୱି ଏକ୍ସପ୍ରରେସକୁ ସମ୍ବଲପୁର ବଦଳରେ ଟିଟିଲାଗଡ଼ ପର୍ଯ୍ୟନ୍ତ ସଂପ୍ରସାରଣ କରିବା, ଅମୃତସରରୁ ବିଶାଖାପାଟଣା ଯାଉଥିବା ଏକ୍ସପ୍ରେସକୁ ବଲାଙ୍ଗୀର ଦେଇ ଚାଳଚାଳ କରିବାକୁ ସରକାରଙ୍କ ଠାରେ ଦାବି କରାଯାଇଛି ।