ତିନି କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ | News Room Odisha

ତିନି କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ

ବରଗଡ଼ : ବରଗଡ଼ ସଦର ପୋଲିସ ପକ୍ଷରୁ 53 ନମ୍ୱର ଜାତୀୟ ରାଜପଥ ପଥର୍ଲା ଛକରେ ଯାଞ୍ଚ ସମୟରେ 299 କେଜି 500 ଗ୍ରାମ ଗଞ୍ଜେଇ ଜବତ କରିବା ସହ ଜଣକୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ଜଣକ ବିକାର ଦରଭଙ୍ଗାର ଗଣେଶ ଯାଦବ ବୋଲି ପୋଲିସ ସୂଚନା ଦେଇଛି ।

ସୂଚନା ମତେ ସଦର ପୋଲିସର ପାଟ୍ରୋଲିଂ ଚାଲିଥିବା ବେଳେ ପର୍ଥଲା ଛକରେ (ଡବ୍ଳ୍ୟୁ ବି ୨୩ ଡି ୬୧୦୯) ନମ୍ବର ଟ୍ରକରେ ଚାରା ଭର୍ତିର୍ ହୋଇ ସମ୍ବଲପୁର ପଟରୁ ରାୟପୁରକୁ ଦୃତଗତିରେ ଯାଉଥିବା ଦେଖିବାକୁ ପାଇଥିଲା । ପୋଲିସ ଉକ୍ତ ଟ୍ରକକୁ ଅଟକାଇବାକୁ ଚେଷ୍ଟା କରି ତାର ପିଛା କରିଥିଲା । କିଛି ଦୂର ପରେ ଉ୍‌କ୍ତ ଟ୍ରକ ରାସ୍ତା କଡରେ ଛିଡା ହୋଇଥିବା ଅନ୍ୟ ଏକ ଟ୍ରକକୁ ଧକ୍କା ଦେଇ ଅଟକି ଯାଇଥିଲା । ଯାଂଚ ପରେ ଉକ୍ତ ଚାରା ଭର୍ତିଟ୍ରକରୁ ପୋଲିସ ୬ ଟି ପେକେଟରେ ଥିବା ୨୯୯ କେଜି ୫ ଶହ ଗ୍ରାମ ଗଜେଂଇ ଜବତ କରିବା ସହ ଟ୍ରକ ଡ୍ରାଇଭରକୁ ଗିରଫ କରିଥିଲା । ଏହା ସହ ପୋଲିସ ଗୋଟିଏ ମୋବାଇଲ , ନଗଦ ୨୫୦ ଟଙ୍କା ଏବଂ ଉକ୍ତ ଟ୍ରକକୁ ମଧ୍ୟ ଜବତ କରିଛି ।

ଏନେଇ ସଦର ଥାନା କେସ ନମ୍ବର ୨୦୯/୨୨ ରେ ଏକ ମାମଲା ରୁଜୁ କରାଯାଇଥିବା ବରଗଡ଼ ଏସପି ପି. ପର୍ମାର ସ୍ମିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ବେଇଛନ୍ତି ।

ସାମ୍ବାଦିକ ସମ୍ମିଳନୀରେ ସଦର ଥାନା ଅଧିକାରୀ ସ୍ୱପ୍ନାରାଣୀ ଗୋଚ୍ଛାୟତ ଉପସ୍ଥିତ ଥିଲେ ।