ଜନସଂଖ୍ୟା ନିୟନ୍ତ୍ରଣରେ ରାଜ୍ୟ ସରକାରଙ୍କ ସଫଳତା : ରିପୋର୍ଟ | News Room Odisha

ଜନସଂଖ୍ୟା ନିୟନ୍ତ୍ରଣରେ ରାଜ୍ୟ ସରକାରଙ୍କ ସଫଳତା : ରିପୋର୍ଟ

ଭୁବନେଶ୍ବର -ଜନସଂଖ୍ୟା ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାର ସଫଳତା ହାସଲ କରିଛନ୍ତି। ବିଶ୍ବ ଜନସଂଖ୍ୟା ଦିବସ ଅବସରରେ ନ୍ୟାସନାଲ ଫ୍ୟାମିଲି ହେଲଥ୍ ସର୍ଭେ ରିପୋର୍ଟରେ ଏହି ତଥ୍ୟ ପ୍ରଦାନ କରିଛି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସଚେତନତା ବୃଦ୍ଧି ପାଇଥିବାରୁ ମୋଟ ପ୍ରଜନନ ହାରରେ ନିୟନ୍ତ୍ରଣ ଆସିଛି। ରାଜ୍ୟରେ ପ୍ରଜନନ ହାର ମହିଳା ପିଛା ୧.୮ ପ୍ରତିଶତ । ମୋଟ ପ୍ରଜନନ ହାର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ସୂଚକ, ଯାହା ପରିବାର ନିୟୋଜନ କାର୍ଯ୍ଯକ୍ରମର ସଫଳତାକୁ ଦର୍ଶାଇଥାଏ । ଗତ କିଛି ବର୍ଷ ଭିତରେ ଓଡ଼ିଶା ସରକାର ଏଥିରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ନ୍ୟାସନାଲ ଫ୍ୟାମିଲି ହେଲଥ୍ ସର୍ଭେ ରିପୋର୍ଟ ଅନୁସାରେ ରାଜ୍ୟରେ ପ୍ରଜନନ ହାର ମହିଳା ପିଛା ଦେଶଠୁ କମ ରହିଛି। ରାଜ୍ୟରେ ଏହା ୧.୮ ପ୍ରତିଶତ ଥିବାବେଳେ ଦେଶରେ ୨.୦ ରହିଛି । ୬.୩୭ ଲକ୍ଷ ପରିବାରକୁ ନେଇ କରାଯାଇଥିଲା ନ୍ୟାସନାଲ ଫ୍ୟାମିଲି ହେଲଥ୍ ସର୍ଭେ । ଏଥିରେ ସାରାଦେଶର ୭୦୭ ଜିଲ୍ଲାକୁ ସାମିଲ କରାଯାଇଥିଲା ।

ଜନସଂଖ୍ୟା ନିୟନ୍ତ୍ରଣ ସଫଳତାରେ କାଉନସେଲିଂ ସମେତ ପରିବାର ନିୟୋଜନ ସେବା ରହିଛି । ଗୁଣାତ୍ମକ ମାନ ନିରୂପଣ, ଅନ୍ତରା ଓ ଆଇୟୁସିଡି ପରି ପରିବାର ନିୟୋଜନ ସେବା ଗୁଡ଼ିକୁ ହିତାଧିକାରୀଙ୍କ ପାଖରେ ସହଜରେ ଉପଲବ୍ଧ କରାଯାଇଛି ।

ଫାମିଲି ପ୍ଲାନିଂ, ଲଜିଷ୍ଟିକ୍ ମ୍ୟାନେଜମେଣ୍ଟ ଇନଫରମେସନ୍ ସିଷ୍ଟମ ପରି ଅନଲାଇନ୍ ପଦ୍ଧତି ଜରିଆରେ ଦମ୍ପତିଙ୍କ ପାଖରେ ଠିକ୍ ସଭୟରେ ଗର୍ଭନିରୋଧକ ପହଞ୍ଚାଯାଉଛି । ଏହି କାର୍ଯ୍ୟକ୍ରମର ସଫଳତା ଯୋଗୁ ଜାତୀୟ ସହରାଞ୍ଚଳ ସ୍ବାସ୍ଥ୍ୟ ମିଶନ ଅଧୀନରେ ସହରାଞ୍ଚଳରେ ଏହାକୁ ବୃଦ୍ଧି କରିବାକୁ ପାଇଁ ପଦକ୍ଷେପ ନିଆଯାଇଛି ।