ଜାତୀୟ ରାଜପଥରେ ଟ୍ରକକୁ ଧକ୍କା ଦେଲା ବସ୍ , ଜଣେ ମୃତ | News Room Odisha

ଜାତୀୟ ରାଜପଥରେ ଟ୍ରକକୁ ଧକ୍କା ଦେଲା ବସ୍ , ଜଣେ ମୃତ

ଖୋର୍ଦ୍ଧା – ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ନିକଟରେ ଏକ ଟ୍ରକ୍‌ ଓ ଯାତ୍ରୀବାହୀ ବସ୍‌ ମଧ୍ୟରେ ଧକ୍କା ହେବା ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ଜଣ ଆହତ ହୋଇଛନ୍ତି। ଟ୍ରକକୁ ଯାତ୍ରୀବାହୀ ବସଟି ପଛରୁ ଧକ୍କା ଦେଇଥିଲା । ଆହତମାନଙ୍କୁ ଖୋର୍ଦ୍ଧା ଜିଲ୍ଲା ଡାକ୍ତରଖାନାରରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ କେତେ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ମୃତ ବ୍ୟକ୍ତିଙ୍କର ପରିଚୟ ମିଳିନାହିଁ। ଆଜି ସକାଳ ପଳ୍ମ ୮ଟା ବେଶ ଓମ୍‌ ଶାନ୍ତି ନାମକ ବସ୍‌ଟି ଭୁବନେଶ୍ୱରରୁ ବୁଗୁଡା ଯାଉଥିଲା। ଏହି ସମୟରେ ୧୬ ନମ୍ବର ଜାତୀୟ ରାଜପଥ ନିକଟରେ ଏକ ଟ୍ରକ୍‌କୁ ପଛରୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ଘଟିଥିଲା ବେଳେ ଆହତମାନଙ୍କୁ ସ୍ଥାନୀୟ ଲୋକ ଓ ପୋଲିସ ଆମ୍ବୁଲାନ୍ସ ସାହାଯ୍ୟରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
ବସ୍‌ରେ ୪୦ରୁ ଅଧିକ ଯାତ୍ରୀ ଥିଲେ।