ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲା ଉବୁଟୁବୁ | News Room Odisha

ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲା ଉବୁଟୁବୁ

ମାଲକାନଗିରି – ଲଗାଣ ବର୍ଷାରେ ଉବୁଟୁବୁ ମାଲକାନଗିରି ଜିଲ୍ଲା ।  ଜିଲ୍ଲାରେ ଗତ ୨ ଦିନ ହେବ ବର୍ଷା ଲାଗି ରହିଛି। ଏଥିଯୋଗୁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଉଛି ।  ସାବାରୁ ଓ ସିଲେରୁ ନଦୀରେ ଜଳସ୍ତର ବୃଦ୍ଧି ପାଇବା ଯୋଗୁ ଆନ୍ଧ୍ର ଓ ଛତିଶଗଡ଼କୁ ସଂଯୋଗ କରୁଥିବା କାଲୁର ବ୍ରିଜ ନିକଟରେ ଥିବା ରାସ୍ତା ବୁଡିଯାଇଛି । ଏଥିଯୋଗୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ରାସ୍ତା ଉପରେ ପାଣି ଚାଲୁଥିବାରୁ ଛତିଶଗଡ଼ ଓ ଆନ୍ଧ୍ରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।  ଗତକାଲି ମାଲକାନଗିରି ଜିଲ୍ଲାରେ ୯୭.୭୪ ମିଲିମିଟର ବର୍ଷା ରେକର୍ଡ  କରାଯାଇଛି।