ଆରଡି ବିଭାଗ ସହକାରୀ ଯନ୍ତ୍ରୀଙ୍କ ୨୮ଟି ପ୍ଳଟ ! | News Room Odisha

ଆରଡି ବିଭାଗ ସହକାରୀ ଯନ୍ତ୍ରୀଙ୍କ ୨୮ଟି ପ୍ଳଟ !

ଭୁବନେଶ୍ୱର – ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍ ର ସମ୍ମୁଖୀନ ହୋଇଥିବା ନିମାପଡ଼ା ଆରଡି ବିଭାଗ ସହକାରୀ ଯନ୍ତ୍ରୀ ଦୁଷ୍ମନ୍ତ ଦେହୁରୀଙ୍କ ବିପୁଳ ସଂପତ୍ତି ଠାବ ହୋଇଥିବା ସୂଚନା ମିଳିଛି ।

ଏଯାବତ ଭିଜିଲାନ୍ସ ଠାବ କରିଥିବା ସଂପତ୍ତି ମଧ୍ୟରେ ୨୮ଟି ପ୍ଲଟ ରହିଛି । ଭୁବନେଶ୍ୱରରେ ୭ଟି ଓ ଢେଙ୍କାନାଳରେ ୨୧ ପ୍ଲଟ ଠାବ କରିଛି ଭିଜିଲାନ୍ସ । ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ଏକ ୩ ମହଲା କୋଠା ବି ଠାବ ହୋଇଛି ।