ନିଶା ମାଫିଆ ଘରେ ଚାଲିଲା ବୁଲଡୋଜର | News Room Odisha

ନିଶା ମାଫିଆ ଘରେ ଚାଲିଲା ବୁଲଡୋଜର

ଭୁବନେଶ୍ବର- ନିଶା ମାଫିଆ କୃଷ୍ଣ ଚନ୍ଦ୍ର ନାଥର ବେଆଇନ ସମ୍ପତ୍ତିକୁ ନଷ୍ଟ କଲା ପୋଲିସ। ଭୁବନେଶ୍ବରରେ ନିଶା କାରବାର ଚଳାଇଥିବା ନିଶା ମାଫିଆ କୃଷ୍ଣଚନ୍ଦ୍ର ନାଥ ଘରେ ପଶିଲା ବୁଲଡୋଜର। କଳାରାହାଙ୍ଗା ଅଞ୍ଚଳରେ ନିଜର ନିଶା ସାମ୍ରାଜ୍ୟ ଜମାଇଥିବା କୃଷ୍ଣ ଘରକୁ ବୁଲଡୋଜର ଲଗାଇ ଭାଙ୍ଗି ଦିଆଯାଇଛି । କଳାରାହାଙ୍ଗା ଅଞ୍ଚଳରେ ବେଆଇନ ଭାବେ ଦେଢ ଏକରରୁ ଅଧିକ ଜାଗା ଜବରଦଖଲ କରିଥିଲା କୃଷ୍ଣ। ପୋଲିସ ଓ ବିଡିଏର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଜବରଦଖଲ ଉଚ୍ଛେଦ ହୋଇଛି। କୃଷ୍ଣଙ୍କୁ ଗିରଫ କରିବା ପରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛି ପୋଲିସ ଓ ବିଡିଏ।