ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ୭ ଶହ ଟପିଲା | News Room Odisha

ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ୭ ଶହ ଟପିଲା

ଭୁବନେଶ୍ୱର- ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ୭ ଶହ ପାର କରିଛି । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୭୪୩ ଜଣ କରୋନା ଆକ୍ରାନ୍ତ । ସଂଗରୋଧରୁ ୪୩୬ ଓ ସ୍ଥାନୀୟ ଅଞ୍ଚଳରୁ ୩୦୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୮୭ ଜଣ ୧୮ ବର୍ଷରୁ କମ୍ ବୟସର ଅଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୦୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୧୫, ସୁନ୍ଦର ଗଡରୁ ୬୫, ପୁରୀରୁ ୩୬, ମୟୂରଭଞ୍ଜରୂ ୧୬, ସମ୍ବଲପୁରରୁ ୧୪, ବାଲେଶ୍ବରରୁ ୧୨, ଯାଜପୁରରୁ ୧୨, ନୟାଗଡ଼ରୁ ୧୧, ନୂଆପଡ଼ାରୁ ୧୧, କୋରାପୁଟରୁ ୧୦,ଭଦ୍ରକରୁ ୮, ଦେବଗଡ଼ରୁ ୮,ବଉଦ୍ଧରୁ ୮, ନବରଙ୍ଗପୁରରୁ ୭, ସୋନପୁରରୁ ୭, ଝାରସୁଗୁଡ଼ାରୁ ୬, କେନ୍ଦୁଝରରୁ ୫, କେନ୍ଦ୍ରାପଡ଼ାରୁ ୪, ବଲାଙ୍ଗୀରରୁ ୪, ରାୟଗଡ଼ାରୁ ୩, ଗଜପତି ଓ କଳାହାଣ୍ଡିରୁ ୨ ଲେଖାଏଁ , ଅନୁଗୁଳ, ବରଗଡ଼ ଓ ଗଞ୍ଜାମରୁ ଜଣେ ଲେଖାଏଁ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଷ୍ଟେଟ ପୁରୁଷ ୬୦ ମାମଲା ରିପୋର୍ଟ ହୋଇଛି ।

ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୨ ଲକ୍ଷ ୯୫ ହଜାର ୩୨୮କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ସୁସ୍ଥ ହୋଇଛନ୍ତି ୧୨ ଲକ୍ଷ ୮୨ ହଜାର ୨୭୦ । ଏବେ ସକ୍ରିୟ ମାମଲା ରହିଛି ୩ ହଜାର ୮୭୮ ।