କେନ୍ଦ୍ରର ମାଗଣା ବୁଷ୍ଟର ଡୋଜର ଅଭିଯାନକୁ ନବୀନଙ୍କ ସ୍ୱାଗତ | News Room Odisha

କେନ୍ଦ୍ରର ମାଗଣା ବୁଷ୍ଟର ଡୋଜର ଅଭିଯାନକୁ ନବୀନଙ୍କ ସ୍ୱାଗତ

ଭୁବନେଶ୍ୱର – ୧୮ରୁ ୫୯ ବୟସ ବର୍ଗଙ୍କୁ ମାଗଣାରେ କୋଭିଡ ବିରୋଧୀ ବୁଷ୍ଟର ଡୋଜ ଦେବା ପାଇଁ ବିଶେଷ ଅଭିଯାନ ଲାଗି କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାକୁ କୋରୋନା ମୁକ୍ତ କରିବାକୁ ସବୁ ଯୋଗ୍ୟ ଲୋକ ଟିକା ନେବା ପାଇଁ ଆଗେଇ ଆସିବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।