ଅଲଟିମେଟ ଖୋ ଖୋ ଲିଗ୍ ପାଇଁ ଓଡ଼ିଶା ଜଗରନଟସ ଟିମର ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ | News Room Odisha

ଅଲଟିମେଟ ଖୋ ଖୋ ଲିଗ୍ ପାଇଁ ଓଡ଼ିଶା ଜଗରନଟସ ଟିମର ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ପ୍ରଥମ ଖୋ ଖୋ ଲିଗ- ଅଲଟିମେଟ ଖୋ ଖୋରେ ଅଂଶଗ୍ରହଣ କରିବାକୁ ଥିବା ଓଡ଼ିଶା ଜଗରନଟସ ଟିମର ଲୋଗୋ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋଗୋ ଉନ୍ମୋଚନ କରି ଖୁସି ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ । ନୂଆ ଟିମ ଓଡିଶାର ସମୃଦ୍ଧ କ୍ରୀଡା ସଂସ୍କୃତିକୁ ଆହୁରି ସୃଦୃଢ଼ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଖୋ ଖୋ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।