ରାୟଗଡ଼ା – ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ୍ରେ ଝାଡ଼ାବାନ୍ତିରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ୧୬ରୁ ଅଧିକ ଅସୁସ୍ଥ ଅଛନ୍ତି। ସେମାନଙ୍କୁ ଟିକିରି ଓ କାଶିପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ଗତକାଲି ଟିକିରି ମେଡିକାଲରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିଲା । ଆଜି ସକାଳେ ଝଡ଼ିଆ ସାହିରେ ଝାଡ଼ାବାନ୍ତିରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ମେଡିକାଲ ଟିମ୍ ଗାଁ ଗୁଡ଼ିକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିବା କହିଛନ୍ତି ରାୟଗଡ଼ା ସିଡିଏମ୍ଓ ।
କେଉଁ କାରଣରୁ କାଶୀପୁର ବ୍ଲକ୍ରେ ଝାଡ଼ାବାନ୍ତି ବ୍ୟାପିଛି, ତାର କାରଣ ଜଣାପଡ଼ି ନାହିଁ।