ଭୁବନେଶ୍ୱର – ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ହଜାରେ ଟପିଛି । ଚତୁର୍ଥ ଲହରରେ ପ୍ରଥମ ଥର ପାଇଁ ଗୋଟିଏ ଦିନରେ ୧ ହଜାରରୁ ଅଧିକ ମାମଲା ରିପୋର୍ଟ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧ ହଜାର ୪୩ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୧୦୦ ଜଣ ହେଉଛନ୍ତି ଶିଶୁ ଓ କିଶୋର । ସଙ୍ଗରୋଧରୁ ୬୦୯ ଓ ସ୍ଥାନୀୟ ଅଞ୍ଚଳରୁ ୪୩୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ୩୩୫, କଟକରୁ ୨୦୫, ସୁନ୍ଦରଗଡରୁ ୧୦୬, ସୋନପୁରରୁ ୩୨, ସମ୍ବଲପୁରରୁ ୩୧, ପୁରୀ ଓ ମୟୂରଭଞ୍ଜରୁ ୨୮ ଲେଖାଏଁ, ଜଗତସିଂହପୁରରୁ ୨୨, ବାଲେଶ୍ଵରରୁ ୨୦, ନୟାଗଡରୁ ୧୯, ଯାଜପୁରରୁ ୧୮, କେନ୍ଦ୍ରାପଡ଼ାରୁ ୧୫, ବୈ।ଦ୍ଧରୁ ୧୩, ଝାରସୁଗୁଡ଼ାରୁ ୧୨, କଳାହାଣ୍ଡିରୁ ୧୦, ଗଜପତିରୁ ୧୦, ନବରଙ୍ଗପୁରରୁ ୯, ଭଦ୍ରକ ଓ ବଲାଙ୍ଗୀରରୁ ୭ ଲେଖାଏଁ, କେନ୍ଦୁଝର ଓ ଗଞ୍ଜାମ ଜିଲ୍ଲାରୁ ୬ ଲେଖାଏଁ, କୋରାପୁଟ ଓ ଦେବଗଡରୁ ୪ ଲେଖାଏଁ, ଢେଙ୍କାନାଳରୁ ୩, କନ୍ଧମାଳ ଓ ବରଗଡ଼ରୁ ୨ ଲେଖାଏଁ ଓ ରାୟଗଡ଼ାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଷ୍ଟେଟ ପୁଲରୁ ୭୯ ମାମଲା ରିପୋର୍ଟ ହୋଇଛି । ରାଜ୍ୟରେ ସକ୍ରିୟ ମାମଲା ୪ ହଜାର ୮୨୫କୁ ବୃଦ୍ଧି ହୋଇଛି ।