ପୁଣି ସମ୍ବଲପୁର ବିଶ୍ୱବିଦ୍ୟାଳୟର ଫିଜିକ୍ସ ପ୍ରଶ୍ନ ପତ୍ର ଲିକ୍, ପରୀକ୍ଷା ବାତିଲ | News Room Odisha

ପୁଣି ସମ୍ବଲପୁର ବିଶ୍ୱବିଦ୍ୟାଳୟର ଫିଜିକ୍ସ ପ୍ରଶ୍ନ ପତ୍ର ଲିକ୍, ପରୀକ୍ଷା ବାତିଲ

ସମ୍ବଲପୁର: ଗତ ଦୁଇଦିନ ଧରି ସମ୍ବଲପୁର ବିଶ୍ୱବିଦ୍ୟାଳୟର ସ୍ନାତକ ଷଷ୍ଠ ସେମିଷ୍ଟାର ପ୍ରଶ୍ନ ପତ୍ର ଲିକ ହେବା ପରେ ଆଜି ତୃତୀୟ ଦିନରେ ପୁଣି ଫିଜିକ୍ସ ପ୍ରଶ୍ନ ପତ୍ର ଲିକ ହୋଇଛି। ଫଳରେ ଆଜିର ପରୀକ୍ଷାକୁ ମଧ୍ଯ କର୍ତ୍ତୃପକ୍ଷ ବାତିଲ କରିବାକୁ ବାଧ୍ଯ ହୋଇଛନ୍ତି।

ବୁଧବାର ଷଷ୍ଠ ସେମିଷ୍ଟାରର ଫିଜିକ୍ସ ପ୍ରଶ୍ନ ପତ୍ର ଲିକ ହୋଇଥିବା ଅଭିଯୋଗ ହୋଇଥିଲା। ହେଲେ ଏହାକୁ କର୍ତ୍ତୃପକ୍ଷ ଗୁରୁତ୍ବ ଦେଇନଥିଲେ। ଫଳରେ ଗତକାଲି ଏଜୁକେସନ ପ୍ରଶ୍ନ ପତ୍ର ଲିକ ହେବା ପରେ ପରୀକ୍ଷା ବାତିଲ କରିଥିଲେ। ଆସନ୍ତା ୧୯ରେ ଏହି ଏଜୁକେସନ ପରୀକ୍ଷା ହେବ। ହେଲେ ଆଜି ଥିବା ଫିଜିକ୍ସର ପରବର୍ତ୍ତୀ ବିଷୟର ପ୍ରଶ୍ନ ପତ୍ର ମଧ୍ଯ ପରୀକ୍ଷା ପୂର୍ବରୁ ଭାଇରାଲ ହୋଇଥିଲା। ଫଳରେ ଆଜିର ପରୀକ୍ଷାକୁ ମଧ୍ଯ ବାତିଲ କରାଯାଇଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଆଉ ଏହି ପରୀକ୍ଷା ଆସନ୍ତା ୨୦ରେ ହେବ ବୋଲି ସେ ସୂଚନା ଦେଇଛନ୍ତି। ତେବେ ବାରମ୍ବାର ପ୍ରଶ୍ନ ପତ୍ର ଲିକ୍ ହୋଇ ପରୀକ୍ଷା ବାତିଲ ହେବା ଘଟଣାକୁ ନେଇ ସବୁ କଲେଜରେ ଛାତ୍ର ଅଶାନ୍ତି ମୁଣ୍ଡ ଟେକିଲାଣି।