ଭାଲୁ ନେଲା ୩ ଜୀବନ | News Room Odisha

ଭାଲୁ ନେଲା ୩ ଜୀବନ

ନୂଆପଡ଼ା – ନୂଆପଡ଼ା ଜିଲାରେ ଅଭାବନୀୟ ଘଟଣା । ଭାଲୁ ନେଇଛି ୩ ଜଣଙ୍କ ଜୀବନ । ଲଖିନା ଥାନା ସମରସିଂ ଗାଁ ନିକଟରେ ଭାଲୁ ଆକ୍ରମଣରେ ୩ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ଘରକୁ ନ ଫେରିବାରୁ ଖୋଜିବାକୁ ଯାଇଥିବାବେଳେ ଭାଲୁ ଆକ୍ରମଣରେ ଆଉ ୨ଜଣ ଗୁରୁତର ହୋଇଛନ୍ତି। ଖବର ପାଇ ଲୋକେ ଘଟଣାସ୍ଥଳରେ ପହଞ୍ଚି ଭାଲୁକୁ ଖୋଜାଖୋଜି କରିଥିଲେ। ଉତ୍ତ୍ୟ କ୍ତ ଲୋକଙ୍କ ଆକ୍ରମଣରେ ଭାଲୁର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।