ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ବ୍ୟାପୁଛି ଝାଡ଼ାବାନ୍ତି, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି | News Room Odisha

ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ବ୍ୟାପୁଛି ଝାଡ଼ାବାନ୍ତି, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

ରାୟଗଡା – ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ଝାଡାବାନ୍ତି ବ୍ୟାପିବାରେ ଲାଗିଛି । ଦୁଇ ଦିନରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଆକ୍ରାନ୍ତ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଗତ ୨୪ଘଣ୍ଟାରେ ଆଉ ୪ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଟିକିରି ପଞ୍ଚାୟତର ଝୋଡିଆ ସାହିର ସରୋଜିନୀ ଝୋଡିଆ (୩୦), ଅଞ୍ଜ ଝୋଡିଆ (୧୮), ରଜନି ଝୋଡିଆ (୧୪) ଓ ସଙ୍କରଡା ପଞ୍ଚାୟତ ଅନ୍ତର୍ଗତ ଗୋବରୀ ଘାଟି ଗ୍ରାମର କନେଇ ମାଝି (୫୯) ପ୍ରାଣ ହରାଇଛନ୍ତି । କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୮ଜଣ ଝାଡାବାନ୍ତି ପୀଡିତଙ୍କ ଚିକିତ୍ସା ଚାଲିଥିବାବେଳେ ଟିକିରି ସ୍ୱାସ୍ଥ୍ୟକେନ୍ଦ୍ରରେ ୨୦ ଓ ଉଷାପଡା ସ୍ଥିତ କମ୍ପାନୀ ଚିକିତ୍ସାଳୟରେ ୧୨ଜଣ ଆକ୍ରାନ୍ତ ଭର୍ତ୍ତି ହୋଇଛନ୍ତି ।