ଭାଲୁ ଆକ୍ରମଣରେ ୩ ଯୁବକ ମୃତ, ବନବିଭାଗର ତଦନ୍ତ ଆରମ୍ଭ | News Room Odisha

ଭାଲୁ ଆକ୍ରମଣରେ ୩ ଯୁବକ ମୃତ, ବନବିଭାଗର ତଦନ୍ତ ଆରମ୍ଭ

ନୂଆପଡ଼ା: ନୂଆପଡ଼ା ଜିଲାରେ ଅଭାବନୀୟ ଘଟଣା । ଭାଲୁ ନେଇଛି ୩ ଜଣଙ୍କ ଜୀବନ । ଲଖିନା ଥାନା ସମରସିଂ ଗାଁ ନିକଟରେ ଭାଲୁ ଆକ୍ରମଣରେ ୩ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ମାନେ ହେଲେ ରତନ ମାଝି, ନକୁଲ ମାଝି ଏବଂ ରବି ରଣା । ଅନ୍ୟ ପଟେ ଘରକୁ ନ ଫେରିବାରୁ ଖୋଜିବାକୁ ଯାଇଥିବାବେଳେ ଭାଲୁ ଆକ୍ରମଣରେ ଆଉ ୨ଜଣ ଗୁରୁତର ହୋଇଛନ୍ତି। ଖବର ପାଇ ଲୋକେ ଘଟଣାସ୍ଥଳରେ ପହଞ୍ଚି ଭାଲୁକୁ ଖୋଜାଖୋଜି କରିଥିଲେ। ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣରେ ଭାଲୁର ମୃତ୍ୟୁ ହୋଇଥିବା ବେଳେ ଖବର ପାଇ ବନବିଭାଗ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଂଚି ମୃତଦେହ ଓ ମୃତ ଭାଲକୁ ଜବତ କରି ତଦନ୍ତ କରୁଛନ୍ତି ।