ଗଞ୍ଜାମ ଜିଲ୍ଲାରେ ଚଳିତବର୍ଷର ପ୍ରଥମ ଡେଙ୍ଗୁ ରୋଗୀ ଚିହ୍ନଟ | News Room Odisha

ଗଞ୍ଜାମ ଜିଲ୍ଲାରେ ଚଳିତବର୍ଷର ପ୍ରଥମ ଡେଙ୍ଗୁ ରୋଗୀ ଚିହ୍ନଟ

ବ୍ରହ୍ମପୁର – ଗଞ୍ଜାମ ଜିଲ୍ଲାରେ ଏ ବର୍ଷ ପ୍ରଥମ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ବ୍ଲକ୍‌ରେ ଜଣେ ୨୬ ବର୍ଷୀୟା ମହିଳା ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ମହିଳା ଜଣକ ଭୁବନେଶ୍ବରରେ ରୁହନ୍ତି । ନିକଟରେ ସେ ଗଞ୍ଜାମ ଫେରିଥିଲେ । ଜ୍ଵରରେ ଆକ୍ରାନ୍ତ ହେବା ପରେ ମହିଳା ଜଣକ ଏମ୍‌କେସିଜିରେ ଡେଙ୍ଗୁ ପରୀକ୍ଷା କରିଥିଲେ ।