ଆସନ୍ତା ୨୦ରୁ ଯୁକ୍ତ ଦୁଇ ନାମଲେଖା ଆବେଦନ | News Room Odisha

ଆସନ୍ତା ୨୦ରୁ ଯୁକ୍ତ ଦୁଇ ନାମଲେଖା ଆବେଦନ

ଭୁବନେଶ୍ୱର – ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନେ ଜୁଲାଇ ୨୦ ତାରିଖରୁ ଯୁକ୍ତ ୨ରେ ନାମ ଲେଖାଇବା ପାଇଁ ଆବେଦନ କରିପାରିବେ। ଜୁଲାଇ ୨୦ରୁ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ସାମ୍ସ ପୋର୍ଟାଲରେ ଛାତ୍ରଛାତ୍ରୀମାନେ ନାମଲେଖା ଆବେଦନ କରିପାରିବେ। ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଏହି ସୂଚନା ଦେଇଛନ୍ତି।

ସିବିଏସ୍‌ଇ/ଆଇସିଏସ୍‌ଇ ରେଜଲ୍ଟ ବାହାରି ନାହିଁ। ଜୁଲାଇ ୨୦ ତାରିଖ ପୂର୍ବରୁ ରେଜଲ୍ଟ ବାହାରିବ ବୋଲି ଆଶା କରାଯାଉଛି । ଯଦି ପିଲାମାନେ ଚାହିଁବେ ସେମାନେ ଆବେଦନ କରିପାରିବେ। ଯଦି ସିବିଏସ୍‌ଇ/ଆଇସିଏସ୍‌ଇ ରେଜଲ୍ଟ ଡେରି ହୁଏ, ତାହା ହେଲେ ନାମଲେଖା ପାଇଁ ଆବେଦନ ଅବଧି ବଢ଼ିପାରେ ବୋଲି ମନ୍ତ୍ରୀ କହିଛନ୍ତି ।