ଗାଧୋଇବାକୁ ଯାଇ ପାଣିର ସୁଅରେ ଭାସିଗଲେ ମହିଳା | News Room Odisha

ଗାଧୋଇବାକୁ ଯାଇ ପାଣିର ସୁଅରେ ଭାସିଗଲେ ମହିଳା

ବୌଦ୍ଧ : ବୌଦ୍ଧ ଗିରାସୀଙ୍ଗା ଗାଁରେ ଅଘଟଣ ଘଟିଛି । ସାଲୁଙ୍ଖି ନଦୀରେ ଗାଧୋଇବାକୁ ଯାଇ ଜଣେ ମହିଳା ନିଖୋଜ ହୋଇଯାଇଛନ୍ତି । ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ୍‌ ଟିମ୍‌ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ନିଖୋଜ ମହିଳାଙ୍କ ଗିରସିଙ୍ଗା ଗାଁର ଧିରମଣି ଅମାତ ବୋଲି ଜଣାପଡିଛି । ସେ ନଦୀକୁ ଗାଧୋଉଥିବା ସମୟରେ ହଠାତ୍ ପାଣି ମାଡି ଆସିଥିଲା । ଯାହାଫଳରେ ନଦୀରେ ଭାସିଯାଇଥିଲେ । ଅଗ୍ନିଶମ ବିଭାଗ ଏବଂ ଓଡ୍ରାଫ ଦ୍ଵାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏବେ ଯାଏଁ ମହିଳାଙ୍କର କୌଣସି ପତ୍ତା ମିଳିନାହିଁ ।