ଲଗାତର ଦ୍ୱିତୀୟ ଦିନ ହଜାରେ ତଳେ ଦୈନିକ କୋରୋନା ମାମଲା | News Room Odisha

ଲଗାତର ଦ୍ୱିତୀୟ ଦିନ ହଜାରେ ତଳେ ଦୈନିକ କୋରୋନା ମାମଲା

ଭୁବନେଶ୍ୱର – ରାଜ୍ୟରେ ଲଗାତର ଦ୍ୱିତୀୟ ଦିନ ଧରି ଦୈନିକ କୋରୋନା ମାମଲା ହଜାରେ ତଳକୁ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୮୧୬ ନୂଆ ପଜିଟିଭ । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୭୭ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୩୩୯ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସେହିଭଳି ୧୮ ବର୍ଷରୁ କମ ବୟସ ମଧ୍ୟରେ ୧୧୮ ଜଣ ସଂକ୍ରମିତ ରହିଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୧୮ ଓ ସୁନ୍ଦରଗଡରୁ ୧୪୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଟକ ଜିଲ୍ଲାରୁ ୭୮, ସମ୍ବଲପୁରରୁ ୫୭, ମୟୂରଭଞ୍ଜରୁ ୨୯, ଯାଜପୁର ଓ ନୟାଗଡ଼ରୁ ୨୬ ଲେଖାଏଁ, ପୁରୀ ଜିଲ୍ଲାରୁ ୨୦, ସୋନପୁରରୁ ୧୪, ବାଲେଶ୍ଵର, ଜଗତସିଂହପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ାରୁ ୧୩ ଲେଖାଏଁ, କଳାହାଣ୍ଡିରୁ ୧୨, ବୈ।ଦ୍ଧରୁ ୧୧, ବଲାଙ୍ଗୀର ଓ କେନ୍ଦୁଝରରରୁ ୧୦ ଲେଖାଏଁ, ଗଜପତିରୁ ୯, ଭଦ୍ରକରୁ ୮, ଅନୁଗୁଳ, କନ୍ଧମାଳ ଓ ବରଗଡ଼ରୁ ୭ ଲେଖାଏଁ, ଢେଙ୍କାନାଳରୁ ୬, ରାୟଗଡ଼ାରୁ ୬, ଦେବଗଡ଼ରୁ ୫, କୋରାପୁଟରୁ ୩, ନୂଆପଡ଼ାରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ ପୁଲରୁ ୪୬ ମାମଲା ରିପୋର୍ଟ କରାଯାଇଛି ।

ଏଥିସହ ରାଜ୍ୟରେ ମୋଟ ସକ୍ରିୟ ମାମଲା ୫୯୧୧ କୁ ବୃଦ୍ଧି ପାଇଛି।

8. Deogarh: 5
9. Dhenkanal: 6
10. Gajapati: 9
11. Jagatsinghpur: 13
12. Jajpur: 26
13. Jharsuguda: 13
14. Kalahandi: 12
15. Kandhamal: 7
16. Kendrapada: 13
17. Keonjhar: 10
18. Khurda: 218
19. Koraput: 3
20. Mayurbhanj: 29
21. Nawarangpur: 7
22. Nayagarh: 26
23. Nuapada: 1
24. Puri: 20
25. Rayagada: 6
26. Sambalpur: 57
27. Sonepur: 14
28. Sundargarh: 141
29. State Pool: 46

New recoveries: 600
Cumulative tested: 32370840
Positive: 1299928
Recovered: 1284835
Active cases: 5911