କାକଟପୁର ମଙ୍ଗଳା ମନ୍ଦିରର ଆଶ୍ଚର୍ଯ୍ଯ ଜନକ ରହସ୍ଯ | News Room Odisha

କାକଟପୁର ମଙ୍ଗଳା ମନ୍ଦିରର ଆଶ୍ଚର୍ଯ୍ଯ ଜନକ ରହସ୍ଯ

ଓଡ଼ିଶାର ପୁରୀ ଜିଲ୍ଲା ଅନ୍ତର୍ଗତ କାକଟପୁର ନାମକ ସ୍ଥାନ ପ୍ରାଚୀନଦୀ କୂଳରେ ଅବସ୍ଥିତ । ଏହା ଓଡ଼ିଶାର ଏକ ପୁରାତନ ଓ ପ୍ରସିଦ୍ଧ ଶକ୍ତିପୀଠ ଭାବରେ ପ୍ରସିଦ୍ଧ।ବର୍ଷତମାମ ଭକ୍ତମାନେଏଠାକାର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କୁ ଦର୍ଶନ କରିବା ପାଇଁ ଆସିଥାନ୍ତି। କାକଟପୁର ମା ମଙ୍ଗଳାଙ୍କ ମନ୍ଦିରକୁ ବିଗତ ୫୦୦ ବର୍ଷ ପୂର୍ବେ ସ୍ଥାନୀୟ ଜମିଦାର ରାୟ ଚୂଡ଼ାମଣିଙ୍କ ପରିବାର ବିଶିଷ୍ଠ ଜ୍ଞାନୀ ସେବକ ମାନଙ୍କୁ ନେଇ ନିର୍ମାଣ କରିଥିଲେ। ଏହି ମନ୍ଦିର ପଞ୍ଚାନନ ରାୟ ଚୂଡ଼ାମଣିଙ୍କ ଦ୍ଵାରା ୧୬୪୮ ଖ୍ରୀଷ୍ଟାବ୍ଦରେ ନିର୍ମାଣ କରାଯାଇଥିଲା।

ପ୍ରଚଳିତ ଲୋକକଥା ଅନୁଯାୟୀ ମା ମଙ୍ଗଳାଙ୍କ ବିଗ୍ରହ ବହୁବର୍ଷ ଧରି ପ୍ରାଚୀନଦୀ ଗର୍ଭରେ ଲୁଚି ରହିଥିଲେ । ଦିନେ ନଦୀରେ ନିଜର ନାବ ବାହୁଥିବା ଲହରୀ ଆସିବାକୁ ନାଉରିଆ ଥଳକୁଳ ନ ପାଇ ଭାସି ଯାଉଥିବା ବେଳେ ମଝି ନଈରେ ନାବ ସ୍ଥିରହୋଇ ରହିଲା ଓ ସେ ନାବ ସହିତ ନିଜେ ରକ୍ଷାପାଇ ଗଲା କିନ୍ତୁ ସେ ଜାଣି ପାରିଲା ନାହିଁ ଯେ ସେ କିପରି ରକ୍ଷା ପାଇଲା। ଏହିପରି ଚିନ୍ତାରେ ଥିବା ବେଳେ ଥରେ ପ୍ରାତଃ କାଳରେ ମାଙ୍କର ସ୍ୱପ୍ନାଦେଶ ପାଇ ତାଙ୍କ ବିଗ୍ରହକୁ ନଦୀ ଗର୍ଭରୁ ବାହାର କରି ନିକଟସ୍ତ ମଙ୍ଗଳପୁର ଗ୍ରାମରେ ପୂଜାର ବ୍ୟବସ୍ଥା କରାଗଲା |

କିନ୍ତୁ କିଛି ସମୟ ଅତିକ୍ରାନ୍ତେ ଏକ କଳା ବର୍ଣ୍ଣର କାକଟିଏ ପ୍ରାଚୀ ନଦୀକୁ ଲମ୍ଫ ଦେଲା ।ବହୁତ ସମୟ ଏବଂ ବହୂ ଦିନ ଅତିକ୍ରମ କରିଗଲା ସିନା କିନ୍ତୁ ସେହି କାକଟି ଆଉ ଫେରିଲା ନାହିଁ। ସେ ନଦୀର ଭିତର ପାର୍ଶ୍ଵରେ ଅଟକି ଯାଇଥିଲା ଯେଉଁ ସ୍ଥାନରେ ନାଉରିଆଟି ମା ମଙ୍ଗଳାଙ୍କ ବିଗ୍ରହ ପାଇଥିଲା। ଆମର ସ୍ଥାନୀୟ ଭାଷାରେ ଇଂରାଜୀ ମଧ୍ୟ କ୍ରୋ ମାନେ କାକ ଡିଟେନ୍ ମାନେ ଅଟକ ତେଣୁ ଏହି ଶବ୍ଦ ଦ୍ଵୟକୁ ଏକତ୍ରିତ କରି କାକଟକ ରଖା ଯାଇଥିଲା । ସମୟ କ୍ରମେ ମଙ୍ଗଳପୁର ଗ୍ରାମଟି କାକଟପୁର ନାମରେ ନାମିତ ହେଲା ଓ ମାଙ୍କୁ କାକଟପୁର ମଙ୍ଗଳା ନାମରେ ନାମିତ କରାଗଲା। ଏହି ସ୍ଥାନରେ ମାଆ ମଙ୍ଗଳା ଙ୍କ ନିମନ୍ତେ ଏକ ସୁନ୍ଦର ମନ୍ଦିର ନିର୍ମାଣ କରାଗଲା।

ଏହି ମନ୍ଦିର ସ୍ବତନ୍ତ୍ର କଳିଙ୍ଗ ଶୈଳୀରେ ପ୍ରତିଷ୍ଠିତ। ଏଠାରେ ଶକ୍ତ ପଥରରେ ନିର୍ମିତ ଏକ ସୁନ୍ଦର ଶଯ୍ୟା ରହିଛି ଯେଉଁଠାରେ ମା ମଙ୍ଗଳା ପ୍ରତିଦିନ ବିମ୍ବ ପରୀକ୍ଷା କରି ବିଶ୍ରାମ ନିଅନ୍ତି ଏହି ଶଯ୍ୟାଟି ଏପରି ଭାବରେ ଖୋଦିତ ହୋଇଛି ଏହା ଶହ ଶହ ବର୍ଷ ଧରି ବ୍ୟବହାର ହୋଇଛି। ଏହି ମନ୍ଦିରର ଚାରି ପାର୍ଶ୍ବରେ ବୋହୁ ଦେବଦେବୀଙ୍କ ପୂଜା ଅର୍ଚ୍ଚନା କରାଯାଉଛି ।ଏହା ଶକ୍ତି ଉପାସକ ଭକ୍ତଙ୍କ ପାଇଁ ଏକ ପ୍ରମୁଖ ତୀର୍ଥସ୍ଥଳୀ। ଏବେ ଆସନ୍ତୁ ଜାଣିବା ପର୍ବ ପର୍ବାଣୀ ବିଷୟରେ।

ଏଠାରେ ବର୍ଷ ରେ ଅନେକ ପର୍ବ ପର୍ବାଣୀ ପାଳନ କରାଯାଇଥାଏ। ଚନ୍ଦନ ସମୟରେ ଚନ୍ଦନ ବେଶ: ପାରମ୍ପରିକ ପ୍ରଥା ଅନୁସାରେ ଚୈତ୍ରମାସ ପ୍ରଥମ ମଙ୍ଗଳବାର ଦିନ ମା ମଙ୍ଗଳାଙ୍କ ଚନ୍ଦନ ବେଶ ହୋଇଥାଏ ଏହିଦିନ ପ୍ରତିସ୍ୱରି ମଙ୍ଗଳା ଆଳତି ସ୍ନାନ ମାର୍ଜନା ସରିବା ପରେ ମାଙ୍କର ମୂଖାଅରବିନ୍ଦକୁ ଚନ୍ଦନରେ ସଜିତ କରାଯାଏ ଏହାକୁ ଦର୍ଶନ କରିବା ନିମନ୍ତେ ମା ମଙ୍ଗଳାଙ୍କ ଭକ୍ତଗଣ ବୋହୁ ଦୂରରୁ ଆସିଥାନ୍ତି।

ପ୍ରମୁଖ ଚୈତ୍ର ପର୍ବ: ବୈଶାଖ ମାସର ପ୍ରଥମ ମଙ୍ଗଳବାର କାକଟପୁର ପ୍ରସିଦ୍ଧ ମା ମଙ୍ଗଳାଙ୍କ ମନ୍ଦିରରେ ପାଳିତ ହୋଇଥାଏ ଅନନ୍ୟ ଝାମୁ ଯାତ୍ରା ରାଜ୍ୟର ଦେବଦେବୀ ମନ୍ଦିର ମାନଙ୍କରେ ପଣା ସଂକ୍ରାନ୍ତି ତିଥିରେ ଝାମୁ ଯାତ୍ରା ପାଳିତ ହେଇଥିବା ବେଳେ ଏକମାତ୍ର ଶକ୍ତିପୀଠ ମା ମଙ୍ଗଳାଙ୍କ ମନ୍ଦିରରେ ଚୈତ୍ର ମାସର ପଞ୍ଚମ ଅଥବା ବୈଶାଖ ମାସର ପ୍ରଥମ ମଙ୍ଗଳବାରରେ ଝାମୁ ଯାତ୍ରା ଅନୁଷ୍ଠିତ ହୋଇଥାଏ।

ଲକ୍ଷ ଲକ୍ଷ ଲୋକମାନେ ମନ୍ଦିର ଭିତରକୁ ପ୍ରବେଶ କରି ପୂଜାର୍ଚ୍ଚନା କରିଥାନ୍ତି ଗ୍ରାମର ମାନସିକ କରୁଥିବା ପାଟୁଆ ମାନେ ମାଆଙ୍କ ଠାରୁ ଆଜ୍ଞାମାଳ ପାଇ ଶୋଭା ଯାତ୍ରାରେ ପ୍ରାଚୀ ନଦୀର ଘଣ୍ଟତୁଳା ତୁଠକୁ ଯାଇ ପାଣି ତୋଳି ମନ୍ଦିରକୁ ଆସିଥାନ୍ତି। ପାଟୁଆ ମାନେ ମାଆଙ୍କର ସ୍ତୁତି କରିବା ସହିତ ପୂଜା ପଣ୍ଡାଙ୍କ ଆଜ୍ଞାମାଳ ପାଇବା ପରେ ମନ୍ଦିର ସମ୍ମୁଖକୁ ଯାଇ ଝାମୁ ଅଥବା ରଡ ନିଆଁରେ ଖାଲି ପାଦରେ ଚାଲି ଥାଆନ୍ତି ପରେ ପାରମ୍ପରିକ କଥା ଅନୁସାରେ ପାଟୁଆ ନୃତ୍ୟ ଓ କାଲିକା ନୃତ୍ୟ ପରିବେଷଣ କରାଯାଇଥାଏ।

ଏହି ଦେବୀଙ୍କ ବୈଶିଷ୍ଟ୍ୟ ଓ ଆଶ୍ଚର୍ଯ୍ୟ ଜନକ ଘଟଣା:- ଏହି ମନ୍ଦିର ଟି ଶ୍ରୀମନ୍ଦିର ସହିତ ଓତଃପ୍ରୋତ ଭାବରେ ଜଡିତ। ନବ କଳେବର ବିଧି : ପ୍ରତି ୧୨ ବର୍ଷରେ ଥରେ ପୁରୀ ପ୍ରଖ୍ୟାତ ଶ୍ରୀ ଜଗନ୍ନାଥ ପ୍ରଭୁ ବଳଭଦ୍ର ଦେବୀ ସୁଭଦ୍ରାଙ୍କର ନବ କଳେବରରେ ବ୍ରହ୍ମ ପରିବର୍ତ୍ତନ ଆରମ୍ଭ ହୋଇଥାଏ। ଏହି ସମୟରେ ପୁରୀର ସମସ୍ତ ସେବକ ଭଗଵାନଙ୍କ ସମ୍ବନ୍ଧରେ ପଥ ପ୍ରଦର୍ଶକ ରୂପେ ମା ମଙ୍ଗଳାଙ୍କ ଆରାଧନା କରିଥାନ୍ତି। ପରେ ମା ମଙ୍ଗଳା ସେମାନଙ୍କ ଆଜିର ଦିନରେ ବି ଦାରୁର ସନ୍ଧାନ ଦେଇଥାନ୍ତି। ସେବକ ମାନେ ଏଥିପାଇଁ ନିଷ୍ଠାର ସହିତ ମାଙ୍କ ପାଖରେ ସ୍ବପ୍ନବତୀ ମନ୍ତ୍ର ଜପ କରିଥାନ୍ତି।

ଦେବୀ ସ୍ବପ୍ନରେ ଆବିର୍ଭାବ ହୋଇ ତିନି ଦିବ୍ୟ ଦରୁବ୍ରହ୍ମ ବୃକ୍ଷ ଗୁଡ଼ିକୁ ସେବକ ମାନଙ୍କୁ ସଠିକ୍ ସ୍ଥାନରେ ଦୃଶ୍ୟମାନ କରାଇଥାନ୍ତି। ଏହାପରେ ଦାରୁ ଚିହ୍ନଟ ହୋଇଥାଏ। ସ୍ୱତନ୍ତ୍ର ଜଂଜ୍ଞାନୁଷ୍ଠାନ ପରେ ଦାରୁ ଛେଦନ କରାଯାଇ ବିଗ୍ରହ ନିର୍ମାଣ କରାଯାଇଥାଏ। ପ୍ରବାଦ ରହିଛି ଆଜିବି ଶ୍ରୀଜଗନ୍ନାଥ ଙ୍କ ପହୁଡ଼ ସମୟରେ ଦେବୀ ମଙ୍ଗଳା ଛଦ୍ମ ରୂପରେ ମହାପ୍ରଭୁଙ୍କ ନିତ୍ୟସେବା କରିଥାନ୍ତି।କେହି କେହି ଭାଗ୍ୟବାନ ପୁରୁଷ ମାଆ ଙ୍କ ପତ୍ୟକ୍ଷ ଦର୍ଶନ ଲାଭ କରିବର ସୌଭାଗ୍ୟ ପ୍ରାପ୍ତ କରିଛନ୍ତି।