ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡାଙ୍କ ଦେହାନ୍ତ | News Room Odisha

ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡାଙ୍କ ଦେହାନ୍ତ

ଭୁବନେଶ୍ୱର – ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡାଙ୍କ ପରଲୋକ ହୋଇଯାଇଛି । ହୃଦଘାତ ଯୋଗୁଁ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି। ଗୌହାଟୀରେ ଡାକ୍ତର ପରିଡାଙ୍କ ପରଲୋକ ହୋଇଥିବା ନେଇ ସୂଚନା ମିଳିଛି। ।

କରୋନା ସଂକ୍ରମଣ ଯେତେବେଳେ ବ୍ୟାପୁଥିଲା ସେତେବେଳେ ଅଜୟଙ୍କ ସୂଚନାକୁ ରାଜ୍ୟବାସୀ ଅପେକ୍ଷା କରି ରହୁଥିଲେ । କୋରୋନା ବାବଦରେ ଟିକିନିଖି ତଥ୍ୟ ରଖୁଥିଲେ ଅଜୟ । କୋରୋନାର ବିଭିନ୍ନ ପ୍ରକାର ଭାରିଆଣ୍ଟର ତଥ୍ୟ ରାଜ୍ୟବାସୀଙ୍କ ପାଖରେ ପହଞ୍ଚାଉଥିଲେ ଅଜୟ । ଡାକ୍ତର ପରିଡା ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ ହୋଇଛନ୍ତି ।