ଓଡ଼ିଶା ଆଇଟି ପଲିସି ୨୦୨୨ : ଅଧିକ ନିଯୁକ୍ତି, ପୁଞ୍ଜିନିବେଶ ସହ ଓଡିଶାକୁ ବିଶ୍ଵ ମାନଚିତ୍ରରେ ସ୍ଥାନିତ କରିବା ଲକ୍ଷ୍ୟ | News Room Odisha

ଓଡ଼ିଶା ଆଇଟି ପଲିସି ୨୦୨୨ : ଅଧିକ ନିଯୁକ୍ତି, ପୁଞ୍ଜିନିବେଶ ସହ ଓଡିଶାକୁ ବିଶ୍ଵ ମାନଚିତ୍ରରେ ସ୍ଥାନିତ କରିବା ଲକ୍ଷ୍ୟ

ଭୁବନେଶ୍ବର -ପୂର୍ବ ଭାରତରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଓଡ଼ିଶା  ଅଗ୍ରଣୀ ରାଜ୍ୟ ଭାବେ ମୁଣ୍ଡ ଟେକିଛି ।

ଜନସାଧାରଣଙ୍କ ଜୀବନରେ ସକାରାତ୍ମକ ପ୍ରଭାବ ଓ ପ୍ରଶାସନକୁ ଲୋକାଭିମୁଖୀ କରିବା ନିମନ୍ତେ ସୂଚନା ପ୍ରଯକ୍ତି ବିଦ୍ଯାକୁ ବ୍ଯବହାର କରିବାରେ ଆଗରେ ଅଛନ୍ତି ରାଜ୍ୟ ସରକାର । ସୁଶାସନ ୫-ଟି ମନ୍ତ୍ର ସହିତ ଏକ ଡିଜିଟାଲ ଗଣତନ୍ତ୍ର ହାସଲ କରିବାକୁ ରାଜ୍ଯ ପ୍ରସ୍ତୁତ ଅଛି। ଓଡିଶାକୁ ଦେଶର ସୂଚନା ଓ ପ୍ରଯୁକ୍ତି ବିଦ୍ଯା ପାଇଁ  ପୁଞ୍ଜି ନିବେଶର ଏକ ଅଗ୍ରଣୀ ଗନ୍ତବ୍ୟସ୍ଥଳରେ ପରିଣତ କରିବା ଓ ନିଯୁକ୍ତି ସୁଯୋଗ ସୃଷ୍ଟି ସହିତ ଆଇଟି  ଆଉଟସୋର୍ସିଙ୍ଗରେ ବିଶ୍ଵ ମାନଚିତ୍ରରେ ସ୍ଥାନ ଦେବା  ହେଉଛି କ୍ୟାବିନେଟର ଅନୁମୋଦନ ଲାଭ କରିଥିବା ଆଇଟି ପଲିସିର ମୁଖ୍ୟ ଲକ୍ଷ୍ୟ । ଆଇଟି ପଲିସି ଜରିଆରେ କମ୍ପାନୀଗୁଡ଼ିକୁ ରାଜ୍ୟରେ ପୁଞ୍ଜି ନିବେଶ ନିମନ୍ତେ  ବିଭିନ୍ନ ପ୍ରୋତ୍ସାହନର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର ।

ସ୍ଥାୟୀ ପୁଞ୍ଜିନିବେଶ ନିମନ୍ତେ କମ୍ପାନୀଗୁଡିକର ପୁଞ୍ଜିନିବେଶର ୨୫% ବା ସର୍ବାଧ‌ିକ ୨୦,୦୦ କୋଟି ଟଙ୍କା ଯୋଗାଇ ଦିଆଯିବ। ସୌରଶକ୍ତି କେନ୍ଦ୍ରର ବିକାଶ ନିମନ୍ତେ ଖର୍ଚ୍ଚ କରାଯାଇଥିବା ଅର୍ଥର ୧୫ ପ୍ରତିଶତ ରିଇମ୍ବର୍ସ  କରାଯିବ । ଗ୍ରୀନ ଫିଲ୍ଡ ଆଇଟି ପାର୍କଗୁଡିକୁ ଜମି କ୍ରୟ ସମୟରେ ଷ୍ଟାମ୍ପ ଡ୍ୟୁଟି ଓ ଜମିର କିସମ ପରିବର୍ତନ ଦେୟ ଶତ ପ୍ରତିଶତ ଛାଡ କରାଯିବ।  ଭିତ୍ତିଭୂମିରେ ସ୍ଥାୟୀ ପୁଞ୍ଜିନିବେଶର ୩୦%  ଯୋଗ୍ୟ ଆଇଟି ସଂସ୍ଥା ମାନଙ୍କୁ ରିହାତିରେ ଯୋଗାଇଦିଆଯିବ ।

ଯେଉଁ ଆଇଟି ଶିଳ୍ପଦ୍ୟୋଗୀମାନେ ଦୀର୍ଘମିଆଦୀ ସୂତ୍ରରେ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାରୁ ଋଣକରି ଠିକ ସମୟରେ ପରିଶୋଧ କରୁଥିବେ ସେମାନଙ୍କ ଋଣ ଉପରେ ବାର୍ଷିକ ୫% ସୁଧ ରିହାତି ୫ ବର୍ଷ ପର୍ଯ୍ୟନ୍ତ  କରାଯିବ । ଉଦ୍ୟୋଗୀମାନଙ୍କୁ ବିଦ୍ୟୁତ୍ ଶୁଳ୍କ , ବୈଦ୍ୟୁତିକ ଯାଞ୍ଚ ଶୁଳ୍କ ୫ ବର୍ଷ ପର୍ଯ୍ୟନ୍ତ ଛାଡ କରାଯିବ। ଯୋଗ୍ୟ ଉଦ୍ୟୋଗୀମାନଙ୍କୁ ବିଦ୍ୟୁତ ବିଲ୍ ର ୩୦% ରିହାତି ମିଳିବ।

୪୦ରୁ ଅଧ‌ିକ କର୍ମଚାରୀ ଥ‌ିବା ଆଇଟି  ୟୁନିଟଗୁଡିକର ଇନକ୍ୟୁବେସନ ସ୍ପେସକୁ  ଆଧାର କରି ସର୍ବାଧ‌ିକ ୩ ବର୍ଷ ପାଇଁ ରିହାତି ମିଳିବ । ଯେଉଁ ଆଇଟି  ସଂସ୍ଥାମାନେ ଭଡାଘରେ ନୂଆକରି ବ୍ୟବସାୟ ଆରମ୍ଭ କରିବେ ସେମାନଙ୍କୁ ପ୍ରତି ମାସରେ ପ୍ରତି ବର୍ଗଫୁଟ ୨୦ ଟଙ୍କା ହିସାବରେ ସହାୟତା ଦିଆଯିବ। ଯାହା ତାଙ୍କ ପ୍ରକୃତ ଭଡାର ୭୫% ରୁ ଅଧିକ ହେବନି। ମହିଳା ଅନୁସୂଚିତ ଜାତି/ନଜାତି ଓ ଭିନ୍ନକ୍ଷମ ଇଦ୍ଯୋଗୀଙ୍କୁ ଅତିରିକ୍ତ ୨୫ ପ୍ରତିଶତ   ସହାୟତା ପ୍ରଦାନ କରାଯିିବ।

– ଉଦ୍ୟୋଗୀମାନଙ୍କୁ ଜମି କ୍ରୟ ସମୟରେ ଷ୍ଟାମ୍ପ ଡ୍ୟୁଟି ୧୦୦% ଏବଂ ଦ୍ୱିତୀୟ ତୀୟ ଥର ପାଇଁ ୫୦% ଛାଡ଼ କରାଯିବ । ଚାଷଜମିକୁ ଶିଳ୍ପ ଉପଯୋଗୀ ଜମିରେ ପରିବର୍ତ୍ତନ କରିବା ପାଇଁ ହେଉଥିବା ଖର୍ଚ୍ଚର ୧୦୦% ପ୍ରତିଶତ ଯୋଗାଇ ଦିଆଯିବ ।