କୋଭିଡ ନେଇ ଅଯଥା ଆତଙ୍କିତ ହେବାର କୌଣସି କାରଣ ନାହିଁ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ | News Room Odisha

କୋଭିଡ ନେଇ ଅଯଥା ଆତଙ୍କିତ ହେବାର କୌଣସି କାରଣ ନାହିଁ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର – ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇ ଚାଲିଥିବା ବେଳେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି, କୋଭିଡ ଏବେ ରାଇଜିଂ ଟ୍ରେଣ୍ଡରେ ଅଛି। ପଜିଟିଭ୍‌ ସଂଖ୍ୟା ବଢ଼ୁଛି। ଏହା କେବେ କମିବ କହି ହେବନି।

ସଂକ୍ରମଣର ଯେଉଁ ବୃଦ୍ଧି ହେଉଛି, ତାହା ଉଦବେଗଜନକ ନାହିଁ । ତେଣୁ କୋଭିଡକୁ ନେଇ ଅଯଥା ଆତଙ୍କିତ ହେବାର କୌଣସି କାରଣ ନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଯାହା ପାଖରେ ଲକ୍ଷଣ ଦେଖାଯାଉଛି, ସେ ଟେଷ୍ଟ କରାଇ ନେବା ଉଚିତ ।ଏବେ ବ୍ୟକ୍ତିଗତ ସ୍ତରରେ ସତର୍କ ହେବାକୁ ପଡ଼ିବ । ଲୋକ ସଚେତନ ହେଲେ, ସଂକ୍ରମଣକୁ ରୋକିହେବ ବୋଲି ବିଜୟ କହିଛନ୍ତି।