ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ , ୧୭୩୦ ଏଏସଆଇ, ଏସ ଆଇ ପଦବୀ ପୂରଣ ହେବ : ମୁଖ୍ୟମନ୍ତ୍ରୀ | News Room Odisha

ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ , ୧୭୩୦ ଏଏସଆଇ, ଏସ ଆଇ ପଦବୀ ପୂରଣ ହେବ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର -ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି। ବିଧାନସଭାରେ ଗୃହ ବିଭାଗର ଖର୍ଚ୍ଚ ଦାବି ଆଲୋଚନାରେ ଭାଗ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବିବୃତି ରଖିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ମାଓବାଦୀ କାର୍ଯ୍ୟକଳାପ ହ୍ରାସ ପାଇଛି । ପୋଲିସ ବିଭାଗର ମାନବସମ୍ବଳ ବଢାଇବା ଉପରେ ପ୍ରାଥମିକତା ଦେଇଛନ୍ତି ସରକାର।

ଗତବର୍ଷ ଓଡ଼ିଶା ପୋଲିସର ବିଭିନ୍ନ ପଦବୀରେ ୯୪୪ ଜଣଙ୍କୁ ନିଯୁକ୍ତି ମିଳିଛି। ଅର୍ଥନୈତିକ ଅପରାଧ ରୋକିବା ପାଇଁ ୧୫ଟି ସାଇବର ଥାନା ପ୍ରତିଷ୍ଠା କରାଯାଇଛି। ଟ୍ରାନ୍ସଜେଣ୍ଡରମାନଙ୍କୁ ଏସ୍‌ଆଇ ପଦବୀରେ ନିଯୁକ୍ତି ଦିଆଯାଇଛି। ରାଜ୍ୟରେ ୧୭୩୦ ଏଏସ୍‌ଆଇ ଓ ଏସ୍‌ଆଇ ପଦବୀ ପୂରଣ ହେବ। ଏ ନେଇ ପ୍ରକ୍ରିୟା ଚାଲିଛି। ରାଜ୍ୟର ସବୁ ‌ପୋଲିସ ଷ୍ଟେସନରେ ସିସିଟିଭି ଲାଗିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏ ପର୍ଯ୍ୟନ୍ତ ୫୯୩ଟି ଥାନା ମଧ୍ୟରୁ ୫୮୪ଟି ଥାନାରେ ସିସିଟିଭି ଖଞ୍ଜାଯାଇ ସାରିଛି। ଥାନାଗୁଡ଼ିକୁ ‘ମୋ ସରକାର’ ସହିତ ଯୋଡ଼ାଯାଇଛି। ପଞ୍ଚାୟତ, ପୌର ନିର୍ବାଚନ ଓ ମାଓ ଇଲାକାରେ ଶାନ୍ତି ଶୃଙ୍ଖଳାରେ ନିର୍ବାଚନ କରାଯାଇଛି।