ସମ୍ବଲପୁର: ଗତ ସୋମବାର ଦିନ ହୀରାକୁଦରୁ ୫ଟି ଗେଟ୍ ଖୋଲି ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଥିଲା। ଆଜି ସୁଦ୍ଧା ସେହି ୫ ଗେଟ୍ ଦେଇ ଜଳ ନିଷ୍କାସନ ଚାଲିଥିବା ବେଳେ କ୍ରମାଗତ ଜଳସ୍ତର ବୃଦ୍ଧି ଯୋଗୁଁ ଆଜି ପୁଣି ୩ ଗେଟ୍ ଖୋଲାଯାଇଛି। ମୋଟ୍ ୮ ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି। ଆଜି ସକାଳ ୯ଟା ସୁଦ୍ଧା ଜଳସ୍ତର ୬୧୪.୫୬ ଫୁଟରେ ପହଞ୍ଚିଛି। ସେପଟେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୩୨ ହଜାର ୮୨୬ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ବର୍ତ୍ତମାନ ଆଉ ୩ଟି ଗେଟ୍ ଖୋଲିବା ପରେ ପ୍ରାୟ ୧ ଲକ୍ଷ ୬୦ ହଜାର କ୍ୟୁସେକ ନିଷ୍କାସିତ ହେଉଛି। ଏହାଛଡା ଗତ ୨୪ ଘଣ୍ଟା ମଧ୍ଯରେ ଉଭୟ ମୁଣ୍ଡରେ ପ୍ରାୟତଃ ବର୍ଷା ହୋଇନାହିଁ। ତେବେ, ଚଳିତ ମାସ ଶେଷ ସୁଦ୍ଧା ଜଳସ୍ତରକୁ ୬୦୫ ଫୁଟ ଭିତରେ ରଖିବାକୁ ଯୋଜନା ହୋଇଛି।