ଭୁବନେଶ୍ୱର – ଆଜିଠାରୁ ଭୁବନେଶ୍ୱରର ତିନିଟି ମଲ୍ରେ ବିଏମ୍ସି ପକ୍ଷରୁ କୋଭିଡ ବୁଷ୍ଟର ଡୋଜ୍ ପ୍ରଦାନ ଆରମ୍ଭ ହୋଇଛି । ରୁଦ୍ରପୁର ସିମ୍ଫୋନି ମଲ୍, ପାତ୍ରପଡ଼ା ଡିଏନ୍-ରେଗାଲିଆ ଓ ରସୁଲଗଡ଼ ଏସ୍ପ୍ଲାନେଡ୍ ମଲ୍ରେ ଟୀକାକରଣ ପ୍ରକ୍ରିୟା ୧୮ରୁ ୫୯ ବର୍ଷ ବର୍ଗଙ୍କ ପାଇଁ ଆରମ୍ଭ ହୋଇଛି ।
ପ୍ରଥମ ଓ ଦ୍ଵିତୀୟ ଡୋଜ ନେଇସାରିଥିବା ହିତାଧିକାରୀମାନେ ଏହି ୩ଟି ମଲକୁ ଆସି ନିଜ ବୁଷ୍ଟର୍ ଡୋଜ ନେଇପାରିବେ । ବିଏମସି ମେୟର ସୁଲୋଚନା ଦାସ ଓ ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ କୋଭିଡ ଟିକାକରଣ ପ୍ରକ୍ରିୟାର ଉଦଘାଟନ କରିଛନ୍ତି ।
ରାଜଧାନୀର ୨୪ଟି ଜାଗାରେ ଏହି ବୁଷ୍ଟର ଡୋଜ୍ ଉପଲବ୍ଧ ହେବ । ସେଥିରୁ ୨୩ଟି କେନ୍ଦ୍ରରେ କୋଭାକ୍ସିନ୍ ଓ ଗୋଟିଏ କେନ୍ଦ୍ର(ୟୁନିଟ୍-୯ ୟୁପିଏଚ୍ସି)ରେ କୋଭିସିଲ୍ଡ ବ୍ୟବସ୍ଥା ରହିଛି ।