୨୦୨୫ ସୁଦ୍ଧା ୧ ହଜାର ୨୮୦ ନୂଆ ଚେକଡ୍ୟାମ : ଜଳସମ୍ପଦ ମନ୍ତ୍ରୀ | News Room Odisha

୨୦୨୫ ସୁଦ୍ଧା ୧ ହଜାର ୨୮୦ ନୂଆ ଚେକଡ୍ୟାମ : ଜଳସମ୍ପଦ ମନ୍ତ୍ରୀ

ଭୁବନେଶ୍ବର – ଚାଷଜମିକୁ ଜଳ ଯୋଗାଣ ନେଇ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର । ୨୦୨୫ ସୁଦ୍ଧା ୧ ହଜାର ୨୮୦ଟି ନୂଆ ଚେକଡ୍ୟାମ ନିର୍ମାଣ ଲାଗି ରାଜ୍ୟ ସରକାର ଯୋଜନା କରିଛନ୍ତି । ବିଧାନସଭାର ପ୍ରଶ୍ନକାଳରେ ଏହି ସୂଚନା ଦେଇଛନ୍ତି ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ । ଏଥିପାଇଁ 8 ଶହ 11 କୋଟି 45 ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ । ବିଧାନସଭାର ପ୍ରଶ୍ନକାଳ ଆଲୋଚନା ସମୟରେ ଜଳ ସମ୍ପଦ ମନ୍ତ୍ରୀ କହିଛନ୍ତି ଯେ, ଆଡ଼ିବନ୍ଧ ଯୋଜନାରେ ରାଜ୍ୟରେ ୧୫ ହଜାର ୮୭୬ ଚେକ୍‌ଡ୍ୟାମ ନିର୍ମାଣ ଲାଗି ସରକାର ପ୍ରସ୍ତାବ ରଖିଛନ୍ତି ।