ରାଜ୍ୟ ବିକାଶରେ ପରିବେଶ ଅନୁକୂଳ ଖାଦ୍ୟ ପ୍ରକ୍ରିୟାକରଣ ଏକ ନୂଆ ଯୁଗ ସୃଷ୍ଟି କରିବ : ମୁଖ୍ୟମନ୍ତ୍ରୀ | News Room Odisha

ରାଜ୍ୟ ବିକାଶରେ ପରିବେଶ ଅନୁକୂଳ ଖାଦ୍ୟ ପ୍ରକ୍ରିୟାକରଣ ଏକ ନୂଆ ଯୁଗ ସୃଷ୍ଟି କରିବ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ଉଦଘାଟିତ ହୋଇଛି ଓଡିଶା ଫୁଡପ୍ରୋ-୨୦୨୨ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଛନ୍ତି । ରାଜ୍ୟରେ ପରିବେଶ ଅନୁକୂଳ ଖାଦ୍ୟ ପ୍ରକ୍ରିୟାକରଣକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଆୟୋଜିତ ହୋଇଛି ଏହି କାର୍ଯ୍ୟକ୍ରମ । ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରି କହିଛନ୍ତି ଯେ ରାଜ୍ୟ ବିକାଶରେ ପରିବେଶ ଅନୁକୂଳ ଖାଦ୍ୟ ପ୍ରକ୍ରିୟାକରଣ ଏକ ନୂଆ ଯୁଗ ସୃଷ୍ଟି କରିବ। ଜାତୀୟ ଓ ଆନ୍ତର୍ଜାତିକ ମାନଚିତ୍ରରେ ଏହା ଏକ ବାର୍ଷିକ ଇଭେଣ୍ଟ ଭାବେ ପରିଗଣିତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିରେ ସ୍ବୟଂ ସହାୟକ ଗୋଷ୍ଠୀ ଅତ୍ୟାଧୁନିକ ସପ୍ଲାଏ ଚେନରେ ଭାଗୀଦାର ହେବେ। ଦେଶ ଓ ବିଦେଶର କମ୍ପାନୀମାନଙ୍କୁ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ଏହି କାର୍ଯ୍ୟକ୍ରମ ଆକୃଷ୍ଟ କରିବ। ସେଥିପାଇଁ ମିଳିତ ଭାବେ କାମ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି ।