ଓଡ଼ିଶାର ଚଳଚ୍ଚିତ୍ର ସମୀକ୍ଷକ ସୂର୍ଯ୍ୟ ଦେଓଙ୍କୁ ଜାତୀୟ ପୁରସ୍କାର | News Room Odisha

ଓଡ଼ିଶାର ଚଳଚ୍ଚିତ୍ର ସମୀକ୍ଷକ ସୂର୍ଯ୍ୟ ଦେଓଙ୍କୁ ଜାତୀୟ ପୁରସ୍କାର

ନୂଆଦିଲ୍ଲୀ – ଆଜି ଘୋଷଣା କରାଯାଇଥିବା ୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ କୈ।ଣସି ଓଡ଼ିଆ ଚଳଚ୍ଚିତ୍ର ନାହିଁ । ଆଞ୍ଚଳିକ ଭାଷା ଶ୍ରେଣୀରେ କୈ।ଣସି ଚଳଚ୍ଚିତ୍ର ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇନାହିଁ। ତେବେ ଓଡ଼ିଶାର ଚଳଚ୍ଚିତ୍ର ସମୀକ୍ଷକ ସୂର୍ଯ୍ୟ ଦେଓଙ୍କୁ ଏକ ପୁରସ୍କାର ମିଳିଛି । ତାଙ୍କ ଲିଖିତ ପୁସ୍ତକ ‘କାଲି ପାଇଁ କାଲିର ସିନେମା’ ପାଇଁ ଶ୍ରେଷ୍ଠ ସିନେମା ପୁସ୍ତକ ଭାବେ ଜାତୀୟ ପୁରସ୍କାର ପାଇଛି ।