ସ୍ୱପ୍ନରେ ଶବ ବା ମରିବା ଲୋକଙ୍କୁ ଦେଖିଲେ ମିଳିଥାଏ ଏମିତି କିଛି ସଙ୍କେତ… | News Room Odisha

ସ୍ୱପ୍ନରେ ଶବ ବା ମରିବା ଲୋକଙ୍କୁ ଦେଖିଲେ ମିଳିଥାଏ ଏମିତି କିଛି ସଙ୍କେତ…

ଆପଣମାନେ ତ କେବେ ନା କେବେ ସ୍ବପ୍ନରେ ନିଜର ମୃତ୍ୟୁ ପରିଜନ, ବନ୍ଧୁ ସମ୍ପର୍କୀୟଙ୍କୁ ଦେଖିଥିବେ କିନ୍ତୁ କଣ ଆପଣମାନେ ଜାଣିଛନ୍ତି ସେମାନେ ଆମ ସ୍ବପ୍ନରେ କଣ ପାଇଁ ଆସନ୍ତି? ଆମ ହିନ୍ଦୁ ଧର୍ମରେ ପ୍ରତ୍ୟେକ ସ୍ୱପ୍ନର କିଛି ଅର୍ଥ ଥିବାର କୁହାଯାଇଛି ଯାହା ସ୍ବପ୍ନ ଶାସ୍ତ୍ର ନାମରେ ଜଣାଯାଏ। ଯେଉଁଥିରେ ପ୍ରତ୍ୟେକ ସ୍ୱପ୍ନର ଅର୍ଥ ଆପଣମାନେ ପାଇ ପାରିବେ ତେବେ ଆଜି ଆସନ୍ତୁ ଜାଣିବା ସ୍ବପ୍ନରେ ମୃତ ପରିଜନ ଦେଖାଗଲେ ତାହାର ଅର୍ଥ କଣ ହୋଇଥାଏ।

ସ୍ବପ୍ନ ଶାସ୍ତ୍ର ଅନୁସାରେ ଯଦି କେହି ବ୍ୟକ୍ତି ରୋଗ ଗ୍ରସ୍ତ ହୋଇ ମରିଥାଏ ଓ ସିଏ ଆପଣଙ୍କୁ ସ୍ବପ୍ନରେ ପୁରା ସୁସ୍ଥ ଦେଖାଯାଏ ତେବେ ଏହାର ଅର୍ଥ ସେ ଆପଣଙ୍କ କହୁଛନ୍ତି ଯେ ତାଙ୍କର ଜନ୍ମ କୌଣସି ଏକ ଭଲ ସ୍ଥାନରେ ହୋଇ ଯାଇଛି ଆପଣ ତାଙ୍କ କଥା ଚିନ୍ତା ନକରି ଆଗକୁ ବଢ଼ନ୍ତୁ ଆଉ ନିଜକୁ କଷ୍ଟ ନଦିଅନ୍ତୁ। ସେହିପରି ଯଦି କୌଣସି ବ୍ୟକ୍ତିର ଅକାଳ ମୃତ୍ୟୁ ହୋଇଥାଏ ଓ ସେ ଆପଣଙ୍କ ସ୍ବପ୍ନରେ ରୋଗଗ୍ରସ୍ତ ଦେଖା ଯାଆନ୍ତି |
ତେବେ ଏହାର ଅର୍ଥ ମୃତ୍ୟୁ ବ୍ୟକ୍ତି ଆପଣଙ୍କୁ ତାଙ୍କର କିଛି ଇଚ୍ଛା ବ୍ୟକ୍ତ କରିବାକୁ ଚାହୁଁଛନ୍ତି ଯାହାକୁ ଆପଣଙ୍କୁ ବୁଝିବାକୁ ପଡ଼ିବ ହୋଇପାରେ ଅକାଳ ମୃତ୍ୟୁ ପୂର୍ବରୁ ତାଙ୍କର କିଛି ଇଚ୍ଛା ଥାଇପାରେ ଯାହାକୁ ସେ ପୁରା କରିବାକୁ ଚାହୁଁଥିଲେ କିନ୍ତୁ କରିପାରି ନାହାଁନ୍ତି ତେବେ ଆପଣଙ୍କୁ ସେହି ଇଚ୍ଛାକୁ ଜାଣି ତାକୁ ପୂରଣ କରିବା ଉଚିତ୍। ଯଦି ଆପଣ କେବେ ଜୀବିତ ବ୍ୟକ୍ତିଙ୍କୁ ମୃତ ଦେଖନ୍ତି ତେବେ ଆପଣ ନିଶ୍ଚିତ ଚିନ୍ତିତ ହୋଇ ଯାଇଥିବେ କିନ୍ତୁ ପ୍ରକୃତରେ ସ୍ବପ୍ନ ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତି ସ୍ବପ୍ନରେ ମୃତ ନଜର ଆସେ ପ୍ରକୃତରେ ତାହାର ଆୟୁରେ ବୃଦ୍ଧି ହୋଇଥାଏ।

ବେଳେ ବେଳେ ଆପଣ ନିଜ ପରିବାରର କେହି ମୃତ ବ୍ୟକ୍ତିଙ୍କୁ ନିଜ ସ୍ବପ୍ନରେ ଦେଖନ୍ତି କିନ୍ତୁ ସେ କିଛି କହୁ ନଥାନ୍ତି ଏହାର ଅର୍ଥ ଆପଣଙ୍କ ଜୀବନରେ ଚାଲୁଥିବା ସମସ୍ତ ଘଟଣାର ଗତିବିଧି ଉପରେ ସେ ନଜର ରଖିଛନ୍ତି ଆଉ ସେ ଆପଣଙ୍କୁ କିଛି ଖରାପ୍ କାର୍ଯ୍ୟ କରିବାରୁ ଅଟକାଉଛନ୍ତି। ଠିକ୍ ସେହିପରି ଯଦି ଆପଣଙ୍କ ସ୍ବପ୍ନରେ ଆପଣଙ୍କ ମୃତ ପରିଜନ ଆସି ଆପଣଙ୍କୁ ଆଶ୍ରିବାଦ୍ ଦେଉଛନ୍ତି ଏହାର ଅର୍ଥ ଆପଣ ଯେଉଁ କାମ କରୁଛନ୍ତି ଅଥବା କରିବାକୁ ଯାଉଛନ୍ତି ସେହି କାମରେ ଆପଣଙ୍କୁ ଶତ ପ୍ରତିଶତ ସଫଳତା ମିଳିବ। ଠିକ୍ ସେହିପରି ଯଦି ଆପଣ ସ୍ଵପ୍ନରେ ମୃତ ପରିଜନ ଦୁଃଖୀ କିମ୍ବା ଖୁସୀ ଲାଗୁ ନାହାଁନ୍ତି ତେବେ ଆପଣ ଯେଉଁ କାମ କରୁଛନ୍ତି ତାକୁ ବନ୍ଦ୍ କରିଦେବ ଉଚିତ୍।
ସ୍ବପ୍ନ ହିଁ ଏକମାତ୍ର ରାସ୍ତା ଯାହାଦ୍ଵାରା ଆମ ପୂର୍ବ ପୁରୁଷ ଆମକୁ ଉଚିତ୍ ମାର୍ଗ ଦେଖାଇ ପାରିବେ କିନ୍ତୁ ବୋହୁତ ସମୟରେ ଏହାର ଅର୍ଥ ଆମେ ଜାଣି ପାରୁନାହୁଁ ସେହିପରି ବୋହୁତ ସମୟରେ ଆପଣଙ୍କ ସ୍ବପ୍ନରେ ମୃତ ପରିଜନ ଆସି କିଛି ଇଚ୍ଛା ବ୍ୟକ୍ତ କରିବା ପରି ଲାଗେ କିନ୍ତୁ ନିଜ ମୁଖରୁ ସେମାନେ କିଛି କହି ନଥାନ୍ତି ଯେମିତିକି ସ୍ବପ୍ନରେ ମୃତ ବ୍ୟକ୍ତି ନିବସ୍ତ୍ର ଅଥବା ବିନା ଚପଲ୍ ଅଥବା ଭୋକିଲା ନଜର ଆସେ ଏହାର ଅର୍ଥ ଯାହା ତାଙ୍କ ପାଖରେ ଦେଖା ଯାଉନାହିଁ ସେ ତାହା ଚାହୁଁଛନ୍ତି ହୋଇପାରେ ସେ ଭୋକିଲା ଅଛନ୍ତି ଅଥବା ପିନ୍ଧିବାକୁ ବସ୍ତ୍ର ମାଗୁଛନ୍ତି। ଏହିପରି ସ୍ବପ୍ନ ଦେଖିଲେ ତାଙ୍କ ନାମରେ ଆପଣ ସେହି ବସ୍ତ୍ର କୌଣସି ବ୍ରାହ୍ମଣକୁ ଦାନ କରିଦେଇ ପାରନ୍ତି ଅଥବା ମନ୍ଦିରରେ ଦାନ କରି ପାରନ୍ତି।

ସ୍ବପ୍ନ ଶାସ୍ତ୍ର ଅନୁସାରେ ଯଦି କୌଣସି ମୃତ ପରିଜନ ଆପଣଙ୍କୁ ଦୂର ଆକାଶରେ ଦେଖାଯାଏ ତେବେ ଏହାର ଅର୍ଥ ତାଙ୍କୁ ମୋକ୍ଷ ପ୍ରାପ୍ତ ହୋଇ ଯାଇଛି ଆଉ ସେ ଆପଣଙ୍କୁ ଆଶ୍ରୀବାଦ ଦେଉଛନ୍ତି। ଯଦି କେହି ମୃତ ବ୍ୟକ୍ତି ଆପଣଙ୍କୁ ସ୍ବପ୍ନରେ ନିଜ ଘରେ କିମ୍ବା ଘର ଆଖପାଖରେ ଦେଖା ଯାଆନ୍ତି ଏହାର ଅର୍ଥ ସେ ନିଜର ଘର ଓ ପରିବାର ସଦସ୍ୟ ପ୍ରତି ମୋହମାୟା ଛାଡି ପାରିନାହାଁନ୍ତି। ଯଦି ଏମିତି ସ୍ବପ୍ନ ଆସେ ତେବେ ପ୍ରତିଦିନ ଆପଣ ଗାଈକୁ ରୁଟି ଖାଇବାକୁ ଦିଅନ୍ତୁ ଆଉ ଅମାବାସ୍ୟାରେ ଆପଣଙ୍କ ପିତୃ ପୁରୁଷଙ୍କୁ ଭୋଗ ଲଗାନ୍ତୁ ଏହାଦ୍ବାରା ଆପଣଙ୍କ ପିତୃ ପୁରୁଷ ପ୍ରସନ୍ନ ହେବେ।

ଯଦି ଆପଣଙ୍କୁ ସ୍ବପ୍ନରେ ଶବ ଯାତ୍ରା ଦେଖାଯାଏ ତେବେ ଏହା କୌଣସି ଅଶୁଭ ସଙ୍କେତ ନୁହେଁ ଏହାର ଅର୍ଥ ଆପଣଙ୍କ ଇଚ୍ଛା ଜଲ୍ଦୀ ପୂର୍ଣ୍ଣ ହେବାକୁ ଯାଉଛି। ଏହାଛଡା ଯଦି କୌଣସି ବ୍ୟକ୍ତି ସ୍ବପ୍ନରେ କ୍ରୋଧିତ ଦେଖାଯାଏ ଏହାର ଅର୍ଥ ସେ ଆପଣଙ୍କୁ କିଛି ମାଗିବାକୁ ଚାହୁଁଛନ୍ତି। ମୃତ ବ୍ୟକ୍ତି ସ୍ବପ୍ନରେ ଏଥିପାଇଁ ଦେଖା ଯାଆନ୍ତି କାରଣ ତାଙ୍କର ଆତ୍ମା ଜୀବନ ଆଉ ମୃତ୍ୟୁର ଚକ୍ରରୁ ବାହାରି ପାରି ନଥାଏ ଯଦି କେହି ମୃତ ବ୍ୟକ୍ତି ସ୍ବପ୍ନରେ ଖୁସୀ ଦେଖା ଯାଆନ୍ତି ଏହାର ଅର୍ଥ ଆପଣଙ୍କର ସମସ୍ତ ଇଚ୍ଛା ଜଲ୍ଦୀ ପୂରଣ ହେବାକୁ ଯାଉଛି ଆଉ ଯଦି ମୃତ ବ୍ୟକ୍ତି କାନ୍ଦୁ ଥିବାର ଦେଖାଯାଏ ଏହାର ଅର୍ଥ ମଧ୍ୟ ଶୁଭ ସଙ୍କେତ ଅଟେ।

( ସଂଗୃହିତ )